fbpx

ଗିନିଜ ବିଶ୍ୱ ରେକର୍ଡ ଭାଙ୍ଗିଲେ ଖିଲାଡି ଷ୍ଟାର: ଫିଲ୍ମ ପ୍ରମୋଶନରେ କଲେ ଏମିତି କାରନାମା

Advertisement

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କର ଅପକମିଙ୍ଗ ଫିଲ୍ମ ‘ସେଲଫି’ର ପ୍ରମୋସନକୁ ନେଇ ଖୁବ ବ୍ୟସ୍ତ ରହିଛନ୍ତି । ଏହାସହିତ ତାଙ୍କର ନୂଆ ପ୍ରୋଜେକ୍ଟ ‘ହେରା ଫେରି-୩’ର ଶୁଟିଙ୍ଗ ମଧ୍ୟ ଆରମ୍ଭ ହୋଇଯାଇଥିବା କୁହାଯାଉଛି । କିନ୍ତୁ ‘ସେଲଫି’ ମୋଭିର ପ୍ରମୋସନ ଭିତରେ ସେ ଗିନିଜ ୱାର୍ଲଡ ରେକର୍ଡ ଭାଙ୍ଗି ନୂଆ ମାଇଲଷ୍ଟୋନ ସୃଷ୍ଟି କରିଛନ୍ତି । ସେଲଫି ନେବାରେ ସେ ଏହି ରେକର୍ଡର ଅଧିକାରୀ ପାଲଟିଛନ୍ତି ।

ଅକ୍ଷୟ କୁମାର ଏବଂ ଇମ୍ରାନ ହାସମୀ ଅଭିନୀତ ନୂଆ ଚଳଚ୍ଚିତ୍ର ‘ସେଲଫି’ ଏବେ ଖୁବ ଚର୍ଚ୍ଚାରେ ରହିଛି । ବିଭିନ୍ନ ସ୍ଥାନରେ ଏହି ଫିଲ୍ମର ପ୍ରମୋସନ ଜାରି ରଖିଛନ୍ତି ବଲିଉଡର ଦୁଇ ସୁପରଷ୍ଟାର । କିନ୍ତୁ ମୁମ୍ବାଇରେ କିଛି ଅଲଗା ଅନ୍ଦାଜରେ ଅକ୍ଷୟ କୁମାର ଏହାର ପ୍ରମୋସନ କରିଛନ୍ତି । ପ୍ରମୋସନ ସମୟରେ ସେ ନିଜ ପ୍ରଶଂସକମାନଙ୍କ ସହିତ ସେଲଫି ନେଇଥିଲେ । ତେବେ ଏହି ସେଲଫି ନେବା ବେଳେ ସେ ଗିନିଜ ୱାର୍ଲଡ ରେକର୍ଡକୁ ନିଜ ନାମରେ କରି ନେଇଛନ୍ତି । ମାତ୍ର ୩ ମିନିଟରେ ସେ ୧୮୪ ଜଣଙ୍କ ସହ ସେଲଫି ନେଇ ବିଶ୍ୱ ରେକର୍ଡ କରିଛନ୍ତି । କମ୍ ସମୟରେ ଅଧିକ ସେଲଫି ନେବାରେ ସେ ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ତେବେ ଅକ୍ଷୟ କୁମାରଙ୍କ ଏହି କାରନାମା ପୂର୍ବରୁ ଜେମ୍ସ ସ୍ମିଥ(ୟୁଏସଏ)ଙ୍କ ନାମରେ ରହିଥିଲା ଏହି ବିଶ୍ୱ ରେକର୍ଡ । ତିନି ମିନିଟ ଭିତରେ ସେ ମୋଟ ୧୬୮ ଲୋକଙ୍କ ସହ ସେଲଫି ନେଇଥିଲେ । କିନ୍ତୁ ଖିଲାଡି ଷ୍ଟାର ଏହି ରେକର୍ଡକୁ ଭାଙ୍ଗି ୧୮୪ ଜଣଙ୍କ ସହ ସେଲଫି ନେଇଛନ୍ତି । ଏପରି କାରନାମା କରିବା ପରେ ଅକ୍ଷୟ କୁମାର ନିଜେ ଏହି ଘଟଣାକୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଏହି ସଫଳତାର ଶ୍ରେୟ ସେ ନିଜ ପ୍ରଶଂସକମାନଙ୍କୁ ଦେବା ସହ ସେମାନଙ୍କର ଭଲ ପାଇବା ଏବଂ ସ୍ନେହ ଯୋଗୁଁ ଆଜି ସଫଳ ହୋଇଥିବା କହିଛନ୍ତି ଅକ୍ଷୟ କୁମାର । ତେଣୁ ଏହା ଫ୍ୟାନ୍ସମାନଙ୍କ ପାଇଁ ଗୋଟିଏ ଛୋଟ ଗିଫ୍ଟ ବୋଲି କହିଛନ୍ତି ଖିଲାଡି ଷ୍ଟାର ଅକ୍ଷୟ ।

Get real time updates directly on you device, subscribe now.