fbpx

ଆଦାନୀ ସେୟାର ହ୍ରାସ ପ୍ରଭାବ, ଭାରତକୁ ଅତିକ୍ରମ କରି ବିଶ୍ୱର ଷଷ୍ଠ ବୃହତମ ଇକ୍ୱିଟି ବଜାର ହେଲା ବ୍ରିଟେନ

Advertisement

ନୂଆଦିଲ୍ଲୀ: ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପ୍ରକାଶ ପାଇବାର ଏକ ମାସ ପୁରା ହେଲାଣି । କିନ୍ତୁ ବର୍ତ୍ତମାନ ମଧ୍ୟ ଆଦାନୀ ସମୁହର ସେୟାର ମୂଲ୍ୟ ନିରନ୍ତର ହ୍ରାସ ପାଇବାରେ ଲାଗିଛି । ଏହାର ପ୍ରଭାବ ସିଧାସଳଖ ଭାରତୀୟ ସେୟାର ବଜାର ଉପରେ ପଡୁଛି । ଏହି କାରଣରୁ ଭାରତୀୟ ବଜାର ମୂଲ୍ୟ ହ୍ରାସ ପାଇଛି । ଅନ୍ୟପଟେ ପାଉଣ୍ଡ ଦୁର୍ବଳ ହେବା କାରଣରୁ ଦେଶର ରପ୍ତାନୀ ବୃଦ୍ଧି ପାଇଛି । ଏହିକାରଣରୁ ବ୍ରିଟେନ୍ ସେୟାର ବଜାର ଭାରତୀୟ ସେୟାର ବଜାରକୁ ପଛରେ ପକାଇ ଏବେ ଦୁନିଆର ଷଷ୍ଠ ବୃହତ ବଜାର ହୋଇଛି ।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ବ୍ରିଟେନ୍ ଇକ୍ୱିଟି ମାର୍କେଟ୍ ହିସାବରେ ୯ମାସ ପରେ ଭାରତକୁ ପଛରେ ପକାଇଛି । ବ୍ଲୁମବର୍ଗ ରିପୋର୍ଟକୁ ଦେଖିଲେ, ଇଟିଏଫ୍ ଏବଂ ଏଡିଆରଏସ୍ କୁ ପଛରେ ପକାଇ ବ୍ରିଟେନ୍ ପ୍ରାଥମିକ ଲିଷ୍ଟିଂର ମୋଟ୍ ବଜାର ପୁଞ୍ଜିକରଣ ମଙ୍ଗଳବାର ଭାରତ ତୁଳନାରେ ବୃଦ୍ଧି ପାଇଛି । ଏହି ରିପୋର୍ଟ ଅନୁସାରେ ବ୍ରିଟେନ୍‌ର ବଜାର ମୂଲ୍ୟ ଭାରତ ତୁଳନାରେ ୫.୧ ବିଲିୟନ ଡଲାର ଅଧିକ ରହିଛି । ୨୦୨୨ ମେ ୨୯ ପରେ ପ୍ରଥମ ଥର ପାଇଁ ବ୍ରିଟେନ୍ ଭାରତ ଆଗକୁ ଯାଇଛି ।

ବର୍ତ୍ତମାନ ବ୍ରିଟେନ୍ ସେୟାର ବଜାରରେ ସ୍ମଲ୍ ଏବଂ ମିଡ୍ କ୍ୟାପ୍ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ନିବେଶକଙ୍କୁ ଭଲ ରିଟର୍ଣ୍ଣ ଦେଉଛନ୍ତି । ଏହି କାରଣରୁ ବ୍ରିଟିସ ବଜାରର ଅପିଲ ବଢୁଛି । ଏହାବାଦ୍ ଅଧିକ ଲାଭ ଦେଉଥିବା କମ୍ପାନୀ ମଧ୍ୟ ନିବେଶକଙ୍କୁ ଆକୃଷ୍ଟ କରୁଛନ୍ତି ।

ଅନ୍ୟପଟେ ଭାରତୀୟ ବଜାର ଏବେ ଅନେକ ଚ୍ୟାଲେଞ୍ଜର ସାମ୍ନା କରୁଛି । ଟଙ୍କାର ମୂଲ୍ୟ କମିବା ସହିତ ଆଦାନୀ ସମୁହର ସେୟାର ମୂଲ୍ୟ ଲଗାତାର ହ୍ରାସ ପାଇବା ମଧ୍ୟ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ଏମ୍‌ଏସ୍‌ସିଆଇ ଇଣ୍ଡିଆ ଇଣ୍ଡେକ୍ସ ଏପର୍ଯ୍ୟନ୍ତ ୬.୧ ପ୍ରତିଶତ ହ୍ରାସ ପାଇ ସାରିଛି । ସେହିଭଳି ଗତମାସ ୨୪ ତାରିଖରେ ହିଣ୍ଟେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ସମୁହ ଏପର୍ଯ୍ୟନ୍ତ ପ୍ରାୟ ୧୪୨ ବିଲିୟନ ଡଲାର କ୍ଷତି ସହିଲାଣି ।

Get real time updates directly on you device, subscribe now.