fbpx

(video) ବିରାଟ କୋହଲିଙ୍କୁ କିସ୍ କଲେ ଯୁବତୀ, ସୋସିଆଲ ମିଡିଆରେ ଭାଇରାଲ, ଅନୁଷ୍କାଙ୍କ ଚିନ୍ତିତ ପ୍ରତିକ୍ରିୟା

Advertisement

ନୂଆଦିଲ୍ଲୀ : ସେଲିବ୍ରିଟିମାନଙ୍କୁ ଦେଖିଲେ ଫ୍ୟାନ୍ସମାନେ ଆବଶ୍ୟକଠାରୁ ଅଧିକ ଉତ୍ସାହିତ ହୋଇପଡିଛି । କିଏ କୁଣ୍ଡେଇ ପକାନ୍ତି ତ ଅନ୍ୟ କେହି ଚୁମ୍ବନ ଦେବାକୁ ପଛାନ୍ତି ନାହିଁ । ସେହିଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଲୋକପ୍ରିୟତା ସାଉଁଟୁଛି । ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ତାଙ୍କର ସୁନ୍ଦର ଚେହେରା ଯୋଗୁଁ ମହିଳା ପ୍ରଂଶସକ ଅଧିକ । ପାଗଳ ଭ୍ୟାନ୍ ତାଙ୍କୁ କିସ୍ କରୁଥବା ଦୃଶ୍ୟ ଏବେ ସୋସିଆଲ ମିଡିଆ ଦେଖିବାକୁ ମଳିଛି ।

ବିରାଟ କୋହଲି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଏକ ଶିଶୁ କନ୍ୟା ରହିଛି । ତାହାଲେ ଏଯୁବତୀ ତାଙ୍କୁ କିସ୍ କାହିଁକି କରୁଛନ୍ତି । ଏଭଳି କିଛି ପ୍ରଶ୍ନ ଏବେ ମନରେ ଉଙ୍କି ମାରୁଥିବ ନିଶ୍ଚୟ ।

ବାସ୍ତବରେ ସେହି ପାଗଳ ଯୁବତୀ ଜଣଙ୍କ ବିରାଟ କୋହଲିଙ୍କୁ ନୁହେଁ, ବରଂ ତାଙ୍କ ପ୍ରତିମୂର୍ତ୍ତିଙ୍କୁ କିସ୍ କରୁଛନ୍ତି ।
ସୋସିଆଲ ମିଡିଆରେ ଏହି ଭିଡିଓ ଶୀଘ୍ର ଭାଇରାଲ ହେବା ସହ ଅନେକ ପ୍ରଶଂସକ ଏହି ଆଚରଣକୁ ନାପସନ୍ଦ କରିଥିଲେ। କ୍ରିକେଟରଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଉଥିବା କିଛି ଲୋକ ଅଭିଯୋଗ କରିଥିବା ବେଳେ ସେହି ଯୁବତୀଙ୍କୁ ସମାଲୋଚନା କରାଯାଇଥିଲା । ଏମିତିକି କୋହଲିଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟାରେ ଅନ୍ୟମାନେ ଚିନ୍ତିତ ଥିଲେ।

ଏହି ଘଟଣା ଏକ ସଂଗ୍ରହାଳୟରେ ଘଟିଛି । ତେବେ ଏହାକୁ ନେଇ ସଂଗ୍ରହାଳୟ ପ୍ରଦର୍ଶନୀଗୁଡ଼ିକର ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି । ଯଦିଓ ମୂର୍ତ୍ତିଟିର କୌଣସି କ୍ଷତି ହୋଇନାହିଁ ତଥାପି ମହମ ମୂର୍ତ୍ତିଠାରୁ ଦୂରତା ବଜାୟ ରଖିବାକୁ ପରିଦର୍ଶକମାନଙ୍କୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.