fbpx

ଡ୍ରାଗନ୍ ବଲ୍ ନା ଗଡଜିଲା ଅଣ୍ଡା ? ଜାପାନ ଉପକୂଳରେ ଲାଗିଥିବା ଅଜ୍ଞାତ ବସ୍ତୁକୁ ନେଇ ଚିନ୍ତାରେ ଲୋକେ

Advertisement

ନୂଆଦିଲ୍ଲୀ: ଜାପାନର ହାମାମାସୁ କୂଳରେ ଏକ ବିଶାଳ କଳଙ୍କି ଲାଗିଯାଇଥିବା ଲୁହା ବଲ ଦେଖିବାକୁ ମିଳିଛି। ଯାହାକୁ ନେଇ ପୁରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି। ଯେଉଁ ସମୟରେ ଅଜ୍ଞାତ ଉଡନ୍ତା ବସ୍ତୁ ଖବର ଶୁଣିବାକୁ ମିଳୁଛି ସେହି ସମୟରେ ଏକ ଅଜ୍ଞାତ ଲୁହା ବଲ ଜାପାନ କୂଳରେ ଲାଗିବ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏହି ବସ୍ତୁଟିର ବ୍ୟାସ ପ୍ରାୟ ୧.୫ ମିଟର ଅଟେ। ଦେଶର ପ୍ରଶାନ୍ତ ଉପକୂଳରେ ଥିବା ହାମାଟସୁ ସହରର ଏନ୍‌ସୁ ବେଳାଭୂମିରେ ଏହା ଲାଗିବ ପରେ ଏହା ବିଷୟରେ କଳ୍ପନା ଜଳ୍ପନାର ଆରମ୍ଭ ହୋଇଛି।

ଜାପାନର ବ୍ରଡକାଷ୍ଟର NHK ଏନ୍ସୁହାମା ବିଚରେ ଦୁଇଜଣ ଅଧିକାରୀଙ୍କ ଫୁଟେଜ୍ ଦେଖାଇଥିଲା ଯାହା ପ୍ରାୟ ୧.୫ ମିଟର (୪.୯ଫୁଟ) ଚଉଡା ଥିବା କଳଙ୍କିତ, ଧାତୁ କ୍ଷେତ୍ରକୁ ଯାଞ୍ଚ କରୁଥିଲେ। ଖବର ମିଳିବ ପରେ ଜାପାନ ପୋଲିସ ଏହି ବଲକୁ ଯାଞ୍ଚ କରିବା ଆରମ୍ଭ କରିଥିଲା, ଯାହା କମଳା ରଙ୍ଗ ପରି ଦେଖାଯାଏ। ଜଣେ ସ୍ଥାନୀୟ ମହିଳା ଏହାକୁ ଦେଖିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଏହା ବିପଦ ନୁହେଁ ବୋଲି ଅନେକେ କହୁଥିବା ବେଳେ ବିବିସି ରିପୋର୍ଟ ଅନୁଯାୟୀ ଉପକୂଳବର୍ତ୍ତୀ ସହରର ଲୋକମାନେ ଏହାକୁ ‘ଗଡଜିଲା ଅଣ୍ଡା’, ‘ମୋରିଙ୍ଗ ବୁଏ’ ଏବଂ ‘ବାହ୍ୟ ଗ୍ରହରୁ ଆସିଥିବା କହୁଛନ୍ତି’।

ଅଧିକାରୀମାନେ ଏହି ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଅଧିକ ଅନୁସନ୍ଧାନ ପାଇଁ ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ଡାକିଛନ୍ତି, କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ଏହି ଵାସ୍ତୁ ଟି କେଉଁଠୁ ଆସିଛି କିମ୍ବା କେଉଁଠାରୁ ଅଣାଯାଇଛି ତାହା କର୍ତ୍ତୃପକ୍ଷ ଜାଣି ନାହାଁନ୍ତି। ତେବେ ଏହି ବସ୍ତୁ ଉପକୂଳରୁ ଶୀଘ୍ର ହଟାଯିବ ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି।

Get real time updates directly on you device, subscribe now.