fbpx

ଟେଷ୍ଟ ସିରିଜ ଭିତରେ ଅଷ୍ଟ୍ରେଲିଆର ନୂଆ ଚାଲ୍: ଦଳରେ ସାମିଲ ହେଲେ ଦମଦାର ଖେଳାଳି

Advertisement

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ବର୍ଡର ଗାଭାସ୍କର ଟେଷ୍ଟ ସିରିଜ । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ ଉପରେ ଭାରତ କବଜା କରିଥିବା ବେଳେ ଅଷ୍ଟ୍ରେଲିଆ ଖାଲି ହାତ ରହିଛି । ଏହା ଉପରେ ଦଳର ଷ୍ଟାର ବୋଲର ଜୋସ ହାଜେଲଉଡ ଏବଂ ଓପନର ଡାଭିଡ ୱାର୍ଣ୍ଣର ଆହତ ହୋଇ ସ୍ୱଦେଶ ଫେରି ସାରିଛନ୍ତି । କିନ୍ତୁ ତୃତୀୟ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଏକ ବଡ ଚାଲ ଖେଳିଛି । ଜଣେ ଦମଦାର ଖେଳାଳିଙ୍କୁ ଦଳରେ ସାମିଲ କରିଛି ଅଷ୍ଟ୍ରେଲିଆ ।

ସୂଚନା ଅନୁସାରେ ଅଧିନାୟକ ପ୍ୟାଟ କମିନ୍ସ, ଜୋସ ହାଜଲଉଡ ଏବଂ ଡାଭିଡ ସ୍ୱାର୍ଣ୍ଣରଙ୍କ ସମେତ ସ୍ପିନର ଏଷ୍ଟନ ଏଗରଙ୍କୁ ମଧ୍ୟ ଦଳରୁ ରିଲିଜ କରି ଦିଆଯାଇଛି । ତେଣୁ କ୍ୟାମରନ ବେନକ୍ରାଫ୍ଟଙ୍କୁ ଏବେ ୱାର୍ଣ୍ଣରଙ୍କ ବିକଳ୍ପ ଭାବରେ ଦଳରେ ସାମିଲ କରାଯାଇପାରେ । ଡାଭିଡ ୱାର୍ଣ୍ଣରଙ୍କ ସ୍ଥାନରେ ବେନକ୍ରାଫ୍ଟଙ୍କୁ ଦଳରେ ସୁଯୋଗ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଭାରତ ବିପକ୍ଷ ମ୍ୟାଚରେ ସେ ଦଳ ପାଇଁ ବ୍ୟାକଅପ ଓପନର ଭୂମିକାରେ ନଜର ଆସିପାରନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ମୋଟ ୧୦ଟି ଟେଷ୍ଟ ମ୍ୟାଚ ଖେଳି ୨୬.୨୩ ହାରରେ ୪୪୬ ରନ ସଂଗ୍ରହ କରିଛନ୍ତି ବେନକ୍ରାଫ୍ଟ । ସେ ୨୦୧୯ ମସିହାରେ ଅଷ୍ଟ୍ରେଲିଆ ପକ୍ଷରୁ ଶେଷ ଟେଷ୍ଟ ଖେଳିଥିଲେ ।

Get real time updates directly on you device, subscribe now.