fbpx

ବୁଲା କୁକୁରମାନଙ୍କୁ ରାସ୍ତାରୁ ହଟାଇବାକୁ ଓଡିଶା ସରକାରଙ୍କ ନିର୍ଦ୍ଦେଶ, ହାଇଦ୍ରାବାଦ ଭୟାବହତା ପରେ ନିଷ୍ପତି

Advertisement

ଭୁବନେଶ୍ୱର: ରାଜ୍ୟ ରାସ୍ତାରେ ବୁଲୁଥିବା ସମସ୍ତ ବୁଲା କୁକୁରଙ୍କୁ ହଟାଇବାକୁ ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ସରକାର। ହାଇଦ୍ରାବାଦ୍‌ରେ ଏକ ୪ ବର୍ଷର ଶିଶୁକୁ ବୁଲା କୁକୁର ଝୁଣି ମାରିଦେବା ପରେ ଓଡ଼ିଶା ସରକାର ଏହି ନିଷ୍ପତି ନେଇଛନ୍ତି। ଏନେଇ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍ କରି ଲେଖିଛନ୍ତି, ହାଇଦ୍ରାବାଦ୍‌ର ହୃଦୟ ବିଦାରକ ଘଟଣା ଦେଖିବା ପରେ ଚିଠୀ ଲେଖି ‘ମୁଁ ଓଡିଶାର ସମସ୍ତ ୩୦ ଟି ଜିଲ୍ଲାର ସମ୍ପୃକ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ଏବଂ କୁକୁରମାନଙ୍କୁ ରାସ୍ତାରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏ ସମ୍ପର୍କରେ ତୁରନ୍ତ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।’

ଗତକାଲି ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାମ୍ନାକୁ ଆସିଥିଲା । ଏହି ଭିଡିଓ ରେ ଦେଖିବାକୁୂ ମିଳିଛି ଯେ ବାଳକଟି ରାସ୍ତାରେ ଯାଉଥିବାବେଳେ ତିନି କୁକୁର ଦୌଡ଼ି ଆସି ତାକୁ ଆକ୍ରମଣ କରି ତଳେ ପକାଇ ଦେଇଥିଲେ । ଶଶୁଟିର ଶାର୍ଟ ପ୍ୟାକେଟ୍‌ରେ କିଛି ଖାଇବା ଥିଲା, ତାକୁ ଖାଇବା ଲକ୍ଷ୍ୟରେ ପେଟକୁ କୁକୁର ମାନେ କାମୁଡିବାରେ ଲାଗିଥିଲେ ଯାହା ତା ପେଟରେ ଜୋର ରେ ଆଘାତ ଲାଗିଥିଲା ଏବଂ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଶିଶୁଟିର ମୃତ୍ୟୁ ହୋଇ ସାରିଥିଲା । ସେହିଭଳି ପୁର୍ବରୁ ନୋଏଡାରେ ମଧ୍ୟ ସମାନ ଭାବେ ବୁଲା କୁକୁର କାମୁଡ଼ାରେ ଏକ ବର୍ଷର ଶିଶୁ ମୃତ୍ୟୁ ବରଣ କରିଥିଲା ।

ଉଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ଯେ, ଯେଉଁମାନେ ନିୟମିତ ଭାବରେ ବିଲେଇ କୁକୁରମାନଙ୍କୁ ଖାଇବାକୁ ଦିଅନ୍ତି ସେମାନଙ୍କ ଟୀକାକରଣ ପାଇଁ ଦାୟୀ କରାଯାଇପାରିବ ଏବଂ ସେହି ପଶୁମାନେ ଯଦି ଲୋକଙ୍କୁ ଆକ୍ରମଣ କରନ୍ତି ତେବେ ଖର୍ଚ୍ଚ ବହନ କରିବାକୁ ମଧ୍ୟ ଦାୟୀ ରହିବେ।

Get real time updates directly on you device, subscribe now.