fbpx

୬ ବର୍ଷ ପୂର୍ବରୁ ସ୍କୁଲ ଆଡମିଶନ ହେବ ନାହିଁ – ଶିକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶ

Advertisement

ନୂଆଦିଲ୍ଲୀ : ଏଣିକି ୬ ବର୍ଷ ପୂର୍ବରୁ ଛୁଆ ସ୍କୁଲରେ ଆଡମିଶନ ନେଇ ପାରିବ ନାହିଁ । ଏନେଇ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ପିଲାଙ୍କ ସ୍କୁଲ ଆଡମିଶନ ପାଇଁ ସର୍ବନିମ୍ନ ବୟସ ୬ ବର୍ଷ ସ୍ଥିର କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟ ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି।
ନୂତନ ଜାତୀୟ ଶିକ୍ଷା ନୀତି ଅନୁଯାୟୀ, ପାଞ୍ଚ ବର୍ଷ ବୟସ ହେଉଛି ଶିକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟ ବା ଫଣ୍ଡାମେଟାଲ ଷ୍ଟେଜ୍ । ଯେଉଁଥିରେ ତିନି ବର୍ଷର ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଏବଂ ସେଥିରେ ଶ୍ରେଣୀ ୧ ଏବଂ ୨ ଅନ୍ତର୍ଭୁକ୍ତ ।

ଶିକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ନୂତନ ଶିକ୍ଷା ନୀତି ପ୍ରାଥମିକ ବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ନିରନ୍ତର ଶିକ୍ଷା ଏବଂ ସେମାନଙ୍କ ମାନସିକ ବିକାଶକୁ ପ୍ରୋତ୍ସାହନ ଦିଆଯିବ । ଅଙ୍ଗନୱାଡିସ୍ କିମ୍ବା ସରକାରୀ, ସରକାରୀ ସହାୟତା ପ୍ରାପ୍ତ, ବେସରକାରୀ ଏବଂ ଏନଜିଓ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କ ପାଇଁ ତିନି ବର୍ଷର ଗୁଣାତ୍ମକ ପ୍ରାକ୍ ବିଦ୍ୟାଳୟ ଶିକ୍ଷାକୁ ଏହା ଦ୍ୱାରା ସୁନିଶ୍ଚିତ କରାଯାଇପାରିବ ।

ବୟସ ନୀତିରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବାକୁ ଏବଂ ୬ ବର୍ଷ ବା ତା’ଠାରୁ ଅଧିକ ବୟସ ପିଲାମାନଙ୍କୁ ପ୍ରଥମ ଶ୍ରେଣୀରେ ଆଡମିଶନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାର ଏବଂ କେନ୍ଦ୍ର ଅଞ୍ଚଳ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ମାର୍ଚ୍ଚ ୨୦୨୨ ରେ ଲୋକସଭାରେ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଥମ ଶ୍ରେଣୀରେ ଆଡମିଶନ ବୟସ ସୀମା ମଧ୍ୟରେ ଅନେକ ପରିବର୍ତ୍ତନ ରହିଛି। ଦେଶରେ ୧୪ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଅଛି ଯେଉଁଠାରେ ପିଲାମାନଙ୍କୁ ୬ ବର୍ଷ ବୟସ ହେବା ପୂର୍ବରୁ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରିବାକୁ ଅନୁମତି ଦିଆଯାଉଛି ।

ଆସାମ, ଗୁଜୁରାଟ, ପୁଡୁଚେରୀ, ତେଲେଙ୍ଗାନା ଏବଂ ଲଦାଖରେ ପାଞ୍ଚ ବର୍ଷର ପିଲାମାନେ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରାଯାଉଥିଲା । ଏଥି ସହିତ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ହରିୟାଣା, ଗୋଆ, ଝାଡଖଣ୍ଡ, କର୍ଣ୍ଣାଟକ ଏବଂ କେରଳରେ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ ପାଞ୍ଚ ବର୍ଷରୁ ଅଧିକ ଥିଲା।

Get real time updates directly on you device, subscribe now.