fbpx

ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା: କେନ୍ଦ୍ର ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା

ଭଦ୍ରକକୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶ ଧିରେ ଧିରେ ଆଗକୁ ଯିବା ସହ ଅନେକ ରାଜ୍ୟରେ ୫-ଜି ସେବା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଓଡ଼ିଶାରେ ୫-ଜି ସେବା ଆରମ୍ଭ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହେବ ।

ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ‘ଓଡ଼ିଶାକୁ ପ୍ରଥମ ପର୍ଯ୍ୟାୟରେ ୫-ଜି ମିଳିବ କହିଥିଲି । ଟେଲିକମରେ ଅବହେଳା ନେଇ ଯେଉଁ ଅଭିଯୋଗ ହେଉଥିଲା, ତାହା ଶେଷ ହେବ । ମୋଦୀ ସରକାର ଟେଲିକମରେ ଓଡ଼ିଶାକୁ ୫ ହଜାର ୬ ଶହ କୋଟି ଟଙ୍କା ଦେଇଛନ୍ତି । ଓଡ଼ିଶାରେ ରେଳ ବିକାଶ ପାଇଁ ଆମେ କେହି ରାଜନୀତି କରିବା ନାହିଁ । କଂଗ୍ରେସ କାଳରେ ବର୍ଷକୁ ୨୦ରୁ ୩୦ କିମି ନୂଆ ଲାଇନ୍ ହେଉଥିଲା । ବର୍ତ୍ତମାନ ବର୍ଷକୁ ୩ ଶହ କିମି ପର୍ଯ୍ୟନ୍ତ ନୂଆ ଲାଇନ୍ ନିର୍ମାଣ ହେଉଛି । ରାଜ୍ୟ ସରକାର ଜମି ପାଇଁ ଅନୁମତି ଦେଲେ ପ୍ରକଳ୍ପ ଆଗେଇବ ।’

ପୂର୍ବରୁ ରେଲୱେ ପାଇଁ ୮ ଶହ କୋଟି ମିଳୁଥିଲା, ଏବେ ୧୦ ହଜାର କୋଟି ଟଙ୍କା ମିଳୁଛି । ଏହା ସହ ଖୁବଶୀଘ୍ର ଭଦ୍ରକ ପାଇଁ ସ୍ୱତନ୍ତ୍ର ଟ୍ରେନ ଦିଆଯିବ । ଧାମନଗର ବିଧାୟକ ସ୍ୱତନ୍ତ୍ର ଟ୍ରେନ ଦାବି କରିଥିଲେ । ଖୁବଶୀଘ୍ର ଭଦ୍ରକକୁ ସ୍ୱତନ୍ତ୍ର ଟ୍ରେନ୍ ଗଡ଼ିବ ବୋଲି ରେଳମନ୍ତ୍ରୀ କହିଛନ୍ତି ।

ଏହା ସହ ରେଳମନ୍ତ୍ରୀ କହିଛନ୍ତି ଯେ, ‘ଭୁବନେଶ୍ୱର ରେଳ ଷ୍ଟେସନ ବିଶ୍ୱସ୍ତରୀୟ ହେବ । ଜର୍ମାନୀ, ଜାପାନ ଭଳି ଝଲକ ସେଠାରେ ଦେଖିବାକୁ ମିଳିବ । ଟେଣ୍ଡର ହୋଇଛି, ଖୁବଶୀଘ୍ର କାମ ଆରମ୍ଭ ହେବ ।’

Get real time updates directly on you device, subscribe now.