fbpx
BJD SKY
BJD SKY

ରାଜଧାନୀରେ ଆଜି ଚିହ୍ନଟ ହୋଇଥିବା ୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ହସ୍ପିଟାଲ କର୍ମଚାରୀ

BJD

ଭୁବନେଶ୍ୱର, ୧୦ା୬(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଆଜି ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଜଣେ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ହସ୍ପିଟାଲରୁ ଓ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲ କର୍ମଚାରୀ କରୋନା ଆକ୍ରାନ୍ତ । ଆକ୍ରାନ୍ତ ଆପୋଲ ହସ୍ପିଟାଲ କର୍ମଚାରୀଙ୍କ ବୟସ ୩୮ବର୍ଷ । ଏମ୍ସ ହସ୍ପିଟାଲର ୩ଜଣ କର୍ମଚାରୀ ଓ ଜଣେ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ପୋଖରୀପୁଟର ଜଣେ ୩୫ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳର ଜଣେ ୪୬ବର୍ଷିୟ ବ୍ୟକ୍ତି ସୁସ୍ଥ ମଧ୍ୟ ହୋଇଛନ୍ତି ।

Get real time updates directly on you device, subscribe now.