fbpx
BSKY
BJD SHG SKY
BJD YOUTH SKY

କ୍ରେଡିଟ୍ କାର୍ଡ ବନ୍ଦ କରିବା ପୂର୍ବରୁ ଏହି ୫ଟି କଥାର ଧ୍ୟାନ ରଖନ୍ତୁ, ନଚେତ୍ ସହିବାକୁ ପଡ଼ିବ କ୍ଷତି

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ବିଭିନ୍ନ ବ୍ୟାଙ୍କର କ୍ରେଡିଟ୍ କାର୍ଡ ଅଛି ତେବେ ସେସବୁକୁ ମ୍ୟାନେଜ୍ କରିବାରେ ଅସୁବିଧା ହେଉଥିବ ନିଶ୍ଚୟ । ବିଲ୍ ର ତାରିଖ ମନେ ରଖିବା, ସମୟାନୁସାରେ ପୈଠ କରିବା, ପଏଣ୍ଟ ରିଡିମ୍ କରିବା ଇତ୍ୟାଦି । ଆଉ ଏହି ପରି କିଛି ଅନୁବିଧା ପାଇଁ ଆମେ କିଛି କ୍ରେଡିଟ୍ କାର୍ଡକୁ ବନ୍ଦ କରିଦେଓ । ଯନି ଆପଣ ବି ଏହାକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ କାର୍ଡକୁ ବନ୍ଦ କରିବାକୁ ଚାହୁଁଛନ୍ତି ତାହେଲେ ଏହି ୫ଟି କଥାର ଧ୍ୟାନ ନିଶ୍ଚୟ ରଖନ୍ତୁ । ଏହା ଜାଣିବା ନିହାତୀ ଜରୁରୀ ।

୧. ବକେୟା ବିଲକୁ ସମ୍ପୂର୍ଣ୍ଣ ଭାବରେ ପୈଠ କରନ୍ତୁ

କ୍ରେଡିଟ୍ କାର୍ଡ ବନ୍ଦ କରିବା ପୂର୍ବରୁ ସବୁ ବକେୟା ବିଲ୍ କୁ କ୍ଲିୟର୍ କରନ୍ତୁ । କାରଣ ଏହା ଉପରେ ସୁଧ ଲାଗିଥାଏ । ଯଦି ଆପଣ ବକେୟା ବିଲ୍ ଦେବାରେ ବିଳମ୍ବ କରନ୍ତି ତେବେ ଜୋରିମାନା ଲାଗିପାରେ । ତେଣୁ କ୍ରେଡିଟ୍ କାର୍ଡ ବନ୍ଦ କରିବା ପୂର୍ବରୁ ବକେୟା ବିଲ୍ କ୍ଲିୟର୍ କରନ୍ତୁ ।

୨. ଅଟୋ ପେମେଣ୍ଟ୍ ଦେୟକୁ ପ୍ରଥମେ ରୋକନ୍ତୁ

କ୍ରେଡିଟ୍ କାର୍ଡ ବନ୍ଦ ପାଇଁ ଆବେଦନ କରିବା ପୂର୍ବରୁ, ଏହା ସହିତ ଜଡିତ ସମସ୍ତ ଅଟୋ ପେମେଣ୍ଟ ବନ୍ଦ କରନ୍ତୁ । ଅନେକ ଥର ଏପରି ହୁଏ କ୍ରେଡିଟ୍ କାର୍ଡ ଧାରକ ନେଟଫ୍ଲିକ୍ସ କିମ୍ବା ଅନ୍ୟାନ୍ୟ ପ୍ଲାଟଫର୍ମରେ ସବସ୍କ୍ରିପସନ୍ ପାଇପାରନ୍ତି, କିମ୍ବା ସେମାନେ କାର୍ଡ ଦ୍ୱାରା ଇଏମଆଇ ଏବଂ ଅନ୍ୟାନ୍ୟ ବିଲ୍ ମଧ୍ୟ ଦେଇପାରନ୍ତି । ଆପଣ କ୍ରେଡିଟ୍ କାର୍ଡ ବନ୍ଦ ପ୍ରକ୍ରିୟା ଆରମ୍ଭ କରିବା ପରେ ଏହି ଦେୟ ସ୍ୱୟଂଚାଳିତ ଭାବରେ ବନ୍ଦ ହୁଏ ନାହିଁ । ଏହା କ୍ରେଡିଟ୍ ସ୍କୋରକୁ କ୍ଷତି ପହଞ୍ଚାଇପାରେ ।

୩. ନୂଆ କାର୍ଡକୁ ବନ୍ଦ କରନ୍ତୁ ପୁରୁଣାକୁ ରଖନ୍ତୁ

କ୍ରେଡିଟ୍ କାର୍ଡକୁ ବନ୍ଦ କରିବା ବେଳେ କାର୍ଡ ବ୍ୟବହାରର ରସମୟ ଉପରେ ବି ଧ୍ୟାନ ଦେବା ଦରକାର । କାରଣ କ୍ରେଡିଟ୍ କାର୍ଡ ର ସମୟସୀମା କ୍ରେଡିଟ୍ ସ୍କୋରଉପରେ ବି ବଡ଼ ପ୍ରଭାବ ପକାଇଥାଏ । କ୍ରେଡିଟ୍ କାର୍ଡ ଯେତେ ପୁରୁଣା ହୋଇଥାଏ ତାର କ୍ରେଡିଟ୍ ସ୍କୋର ବି ସେତେ ଯୋଗଦାନ ଅଧିକ ହେବ । ତେଣୁ କେବଳ ନୂଆ କେଡିଟ୍ କାର୍ଡ ବନ୍ଦ କରିବାକୁ ଚେଷ୍ଟା କରନ୍ତୁ ।

୪. ଲୋନ୍ ନେବାର ଥିଲେ ବନ୍ଦ କରନ୍ତୁ ନାହିଁ

ଅର୍ଥନୀତି ବିଶେଷଜ୍ଞଙ୍କ କହିବା କଥା ହେଲା, ଯଦି ଅଧିକ ଅଙ୍କର ଲୋନ୍ ନେବାପାଇଁ ଆବେଦନ କରିବାକୁ ଥିବ ତେବେ କ୍ରେଡିଟ୍ କାର୍ଡ ବନ୍ଦ କରନ୍ତୁ ନାହିଁ । କ୍ରେଡିଟ୍ କାର୍ଡ ବନ୍ଦ କରିବା ଦ୍ୱାରା ଏହାର କ୍ରେଡିଟ୍ ସ୍କୋର ଉପରେ ପ୍ରଭାବ ପଡ଼ିଥାଏ ।

୫. କାର୍ଡରେ ମିଳିଥିବା ପଏଣ୍ଟକୁ ରିଡିମ୍ କରନ୍ତୁ

କ୍ରେଡିଟ୍ କାର୍ଡ ଅଫର୍ ହେଉଛି ଏହାର ରିୱାର୍ଡ ପଏଣ୍ଟ ଯାହାଦ୍ୱାରା କ୍ୟାସବ୍ୟାକ୍, ଡିସକାଉଣ୍ଟ, କୁପନ୍ ଆଦି ରିଡିମ୍ କରାଯାଇପାରେ । ଅନେକ ଲୋକ ଲମ୍ବା ସମୟ ପର୍ଯ୍ୟନ୍ତ ସେମାନଙ୍କ ପଏଣ୍ଟ ରିଡିମ୍ କରନ୍ତି ନାହିଁ ଓ ୁନଜର ବି ଦିଅନ୍ତି ନାହିଁ ।

Get real time updates directly on you device, subscribe now.