fbpx

ଅଧିକାଂଶ ହାର୍ଟ ଆଟାକ୍ ସକାଳ ସମୟରେ କାହିଁକି ହୋଇଥାଏ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଅଧିକାଂଶ ହାର୍ଟ ଆଟାକ୍ ସକାଳ ସମୟରେ ଆସୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ବେଳେବେଳେ ଏହା ଅଧିକ ବିପଜ୍ଜନକ ମଧ୍ୟ ହୋଇଥାଏ । ସ୍ପେନରେ ଏହାକୁ ନେଇ ଏକ ରିସର୍ଚ୍ଚ ହୋଇଥିଲା, ଯେଉଁଥିରେ ସାମ୍ନାକୁ ଆସିଛି ଯେ ଅଧିକାଂଶ ହାର୍ଟ ଆଟାକ୍ ସକାଳ ସମୟରେ ଆସିଥାଏ ଓ ଏହା ଅଧିକ ଗମ୍ଭୀର ହୋଇପାରେ । ରିସର୍ଚ୍ଚ ଅନୁସାରେ, ସକାଳ ୬ଟାରୁ ଅପରାହ୍ନ ମଧ୍ୟରେ ଆସୁଥିବା ହାର୍ଟ ଆଟାକ୍ ଅଧିକ କ୍ଷତି କରିଥାଏ ।

ହାର୍ଟ ଜର୍ଣ୍ଣାଲଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଯେଉଁଲୋକଙ୍କୁ ସକାଳେ ହାର୍ଟ ଆଟାକ ଆସିଥାଏ, ସେମାନଙ୍କ ନିକଟରେ ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିଥାଏ । ତେବେ ସକାଳ୬ଟାରୁ ଅପରାହ୍ନ ମଧ୍ୟରେ ଆସୁଥିବା ହାର୍ଟ ଆଟାକ୍ ଅଧିକ ବିପଜ୍ଜନକ । ବିଶେଷଜ୍ଞଙ୍କ ଅନୁସାରେ, ଯଦି ଏହି ସମୟରେ ହାର୍ଟ ଆଟାକ୍ ଆସେ, ତେବେ ଏଥିରେ ୨୦ ପ୍ରତିଶତ ଅଂଶ ମୃତ ଟିସୁରେ ପରିଣତ ହୋଇଥାଏ । ଏହା ସେହି ବ୍ୟକ୍ତିଙ୍କୁ ଅଧିକ ପ୍ରଭାବିତ କରିଥାଏ । ଦିନର ଅନ୍ୟ ସମୟରେ ହାର୍ଟ ଆଟାକ ଆସିଲେ ଏହାର ପ୍ରଭାବ କମ୍ ରହିଥାଏ ।

ବିଶେଷଜ୍ଞଙ୍କ କହିବା ଅନୁସାରେ, Myocardial infarction ବା ଆର୍ଟ ଆଟାକ୍ ସେବେ ହୋଇଥାଏ, ଯେବେ coronary artery ପୁରା ବ୍ଲକ ହୋଇଥାଏ । ଅକ୍ସିଜେନ୍ ନମିଳିବା କାରଣରୁ ହୃତପିଣ୍ଡର ଏକ ଅଂଶ ମରିଯାଏ ଓ କାମ କରିନଥାଏ ।

Get real time updates directly on you device, subscribe now.