fbpx

ମହିଳାଙ୍କ କାମ କେବଳ ପିଲା ଜନ୍ମ କରିବା, ମନ୍ତ୍ରୀ କେବେ ବି ହୋଇପାରିବେ ନାହିଁ: ତାଲିବାନ୍

କାବୁଲ: ଆଫଗାନିସ୍ତାନରେ ତାଲିବାନ୍ ଶାସନ କ୍ଷମତାକୁ ଆସିବା ପରେ ସରକାରରେ ମହିଳାଙ୍କ ଅଂଶଗ୍ରହଣକୁ ନେଇ ପ୍ରଦର୍ଶନ ଚାଲିଛି । କିନ୍ତୁ ତାଲିବାନର ମୁଖପାତ୍ର ଏହି ମାମଲାରେ କହିଛନ୍ତି ଯେ, ‘କୌଣସି ମହିଳାଙ୍କୁ ଏଠାରେ ମନ୍ତ୍ରୀ କରାଯିବ ନାହିଁ । ସେମାନଙ୍କୁ କେବଳ ପିଲା ଜନ୍ମ କରିବା ଦରକାର ।’

ସ୍ଥାନୀୟ ଗଣମାଧ୍ୟମ ଟୋଲ ନ୍ୟୁଜ୍ ଟ୍ୱିଟ କରି ତାଲିବାନ ମୁଖପାତ୍ରଙ୍କ ଉଦେ୍ଧଶ୍ୟରେ କହିଛି ଯେ, ‘ ଜଣେ ମହିଳା ମନ୍ତ୍ରୀ ହୋଇପାରିବ ନାହିଁ । ଏହା ଏପରି କି ତୁମେ ତାଙ୍କ ବେକରେ କିଛି ରଖିଛ ଆଉ ସେ ଏହାକୁ ସମ୍ଭାଳି ପାରିବେ ନାହିଁ । ଜଣେ ମହିଳାଙ୍କୁ କ୍ୟାବିନେଟରେ ରଖିବା ଆବଶ୍ୟକ ନାହିଁ । ସେମାନଙ୍କୁ କେବଳ ପିଲା ଜନ୍ମ କରିବା ଉଚିତ୍ । ମହିଳା ପ୍ରଦର୍ଶନକାରୀ ସମଗ୍ର ଆଫଗାନିସ୍ତାନର ପ୍ରତିନିଧିତ୍ୱ କରନ୍ତି ନାହିଁ ।’

ତେବେ ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରଠାରୁ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଗତ କିଛି ଦିନ ହେବ କାବୁଲ ସମେତ ଅନେକ ସ୍ଥାନରେ ତାଲିବାନ ସରକାର ବିରୋଧରେ ପ୍ରଦର୍ଶନ ହେଊଛି । ଖାସ୍ କଥା ହେଉଛି କି, ମହିଳାମାନେ ଏହି ପ୍ରଦର୍ଶନକୁ ଆଗେଇ ନେଉଛନ୍ତି । କିନ୍ତୁ ତାଲିବାନକୁ ଏହି ପ୍ରଦର୍ଶନ ପସନ୍ଦ ଆସୁନାହିଁ ।

Get real time updates directly on you device, subscribe now.