fbpx

ରାମରାଜ୍ୟରେ ବିପଦରେ ଶିଶୁ: ବେଆଇନ୍ ଚାଲାଣ ସମୟରେ ୯୫ ଶିଶୁଙ୍କୁ ଉଦ୍ଧାର

ଲକ୍ଷ୍ନୌ: ଉତ୍ତପ୍ରଦେଶର ଅଯୋଧ୍ୟା ବର୍ତ୍ତମାନ ନବନିର୍ମିତ ଭବ୍ୟ ରାମ ମନ୍ଦିରକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି । କିନ୍ତୁ ପ୍ରଭୁ ଶ୍ରୀରାମଙ୍କ ଏହି ରାମ ରାଜ୍ୟରେ ସୁରକ୍ଷିତ ନାହାନ୍ତି ନବଜାତ ଶିଶୁ । ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନ ଜାରି ରହିଥିବା ବେଳେ ଏକ ବେଆଇନ୍ ଶିଶୁ ଚାଲାଣ ଘଟଣା ଜାଣିବାକୁ ମିଳିଛି । ଅଯୋଧ୍ୟାରେ ବେଆଇନ୍ ଶିଶୁ ଚାଲାଣ ଯୋଜନାକୁ ପଣ୍ଡ କରି ୯୫ କୋମଳମତୀ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଅବୈଧ ଭାବରେ ଶିଶୁମାନଙ୍କୁ ଚାଲାଣ ସମୟରେ ପିଲାମାନଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ ଏବଂ ୟୁପି ପୋଲିସ । ଉତ୍ତରପ୍ରଦେଶରୁ ପିଲାମାନଙ୍କୁ ବିହାରକୁ ବେଆଇନ ଭାବରେ ଚାଲାଣ କରାଯାଉଥିବା ଜାଣିବାକୁ ମିଳିଛି । ତେବେ ଉଦ୍ଧାର କରାଯାଇଥିବା ପିଲାମାନଙ୍କ ବୟସ ୪-୧୨ ବୋଲି ସୂଚନା ଦେଇଛି ୟୁପି ପୋଲିସ ।

Get real time updates directly on you device, subscribe now.