fbpx

ଜାମ୍ମୁ କାଶ୍ମୀରରେ ଧସିଲା ମାଟି, ୫୦ରୁ ଉର୍ଦ୍ଧ୍ୱ ଘର ପ୍ରଭାବିତ, ବିଜୁଳି କାଟ୍ ସହ ରାସ୍ତା ସଂଯୋଗ ପ୍ରଭାବିତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ରାମବନ ଜିଲ୍ଲାରେ ମାଟି ଧସିଯିବା(land subsidence) ମାମଲା ସାମ୍ନାକୁ ଆସିଛି । ଜିଲ୍ଲା ମୁଖ୍ୟାଳୟରୁ ୫ କିମି ଦୂର ସ୍ଥିତ ପେରନୋଟ ଗାଁରେ ମାଟି ଧସିଯିବା କାରଣରୁ ୫୦ରୁ ଉର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହେବା ସହ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଏବଂ ସଡ଼କ ଯାତାୟାତ ପ୍ରଭାବିତ ହୋଇଛି । ଏହି ଘଟଣାରେ ପ୍ରଭାବିତ ଲୋକଙ୍କ ଥଇଥାନ ଏବଂ ଉକ୍ତ ଅଞ୍ଚଳ ଉପରେ ଦୃଷ୍ଟି ରଖିବା ପାଇଁ ଜିଲ୍ଲା ଅଧିକାରୀଙ୍କ ଏକ ଟିମ୍ ନିୟୋଜିତ କରାଯାଇଛି । ତେବେ ମାଟି ଧସିଯିବା ପଛର କାରଣ ଜାଣିବା ପାଇଁ ଭୂବିଜ୍ଞାନ ବିଶେଷଜ୍ଞଙ୍କୁ ଡକାଯାଇଛି ।

ଅପରପକ୍ଷରେ ରାମବନ ଜିଲ୍ଲାର ଉପାୟୁକ୍ତ ବସୀର ଉଲ୍ ହକ୍ ଚୌଧୁରୀ ଶୁକ୍ରବାର ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ । ସେ କହିଥିଲେ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥିତିକୁ ଆୟତ କରିବା ପାଇଁ ଚେଷ୍ଟା କରାଯାଉଛି । ସଡ଼କ ଯୋଗାଯୋଗ ଏବଂ ବିଜୁଳି ସଂଯୋଗ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ପ୍ରଭାବିତ ଲୋକଙ୍କ ପାଇଁ ତମ୍ବୁ ଏବଂ ଆବଶ୍ୟକୀୟ ଜିନିଷ ବିତରଣ ସହ ଚିକିତ୍ସା ସିବିର ମଧ୍ୟ ଆୟୋଜିତ କରାଯାଉଛି । SDRF ଏବଂ NDRF ଦଳ ସ୍ଥାନୀୟ ପ୍ରଭାବିତ ଲୋକଙ୍କ କ୍ଷତିଗ୍ରସ୍ତ ଘରୁ ଜିନିଷପତ୍ର ସ୍ଥାନାନ୍ତର କରିବାରେ ସହାୟତା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପେରନୋଟ ଗାଁରେ ହୋଇଥିବା ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପରେ ଉପାୟୁକ୍ତ ଚୌଧୁରୀଙ୍କ ସହ ନିୟମିତ ଯୋଗାଯୋଗରେ ଥିବା କହିଛନ୍ତି ।

Get real time updates directly on you device, subscribe now.