fbpx

ଲାଲ ସାଗରରେ ପୁଣି ହୁତୀ ତାଣ୍ଡବ! ଭାରତ ଆସୁଥିବା ତେଳ ଟ୍ୟାଙ୍କ ଉପରେ ମିସାଇଲ ଆଟାକ୍

ନୂଆଦିଲ୍ଲୀ: ଲାଲ ସାଗରରେ ପୁଣିଥରେ ହୁତୀ ବିଦ୍ରୋହୀଙ୍କ ତାଣ୍ଡବ ଦେଖିବାକୁ ମିଳିଛି । ପୁଣିଥରେ ହୁତୀ ସଂକଟରେ ଥରି ଉଠିଛି ଲାଲ ସାଗର । ସମୁଦ୍ର ଦେଇ ଯାଉଥିବା ଜାହାଜ ଉପରେ ମିସାଇଲ ଆଟାକକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଲାଲ ସାଗରରେ ଏଣ୍ଡ୍ରାମେଡା ଷ୍ଟାର ତେଲ ଟ୍ୟାଙ୍କରକୁ ଟାର୍ଗେଟ କରିଥିବା ନେଇ ସୂଚନା ଦେଇଛି ୟମନର ହୁତୀ ବିଦ୍ରୋହୀ ସଂଗଠନ । ଗାଜା ଯୁଦ୍ଧରେ ଇସ୍ରାଏଲ ବିପକ୍ଷ ଲଢେଇରେ ପାଲେଷ୍ଟାଇନ ସମର୍ଥନରେ ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ ଜାରି ରଖିଥିବା କହିଛି ହୁତୀ ସଂଗଠନ ।

ରିପୋର୍ଟ ଅନୁସାରେ, ବ୍ରିଟିଶ ସମୁଦ୍ର ସୁରକ୍ଷା ଫର୍ମ ଏମ୍ବ୍ରେ କହିଛି ଯେ, ଏହି ଆକ୍ରମଣରେ ଜାହାଜ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜାହାଜର ମାଲିକ । ତେବେ ହୁତୀର ପ୍ରବକ୍ତା ୟାହ୍ୱା ସାରେୟା କହିଛନ୍ତି ଯେ, ପନାମା ଧ୍ୱଜାଙ୍କିତ ଜାହାଜ ବ୍ରିଟିଶ ଅଧୀନରେ ରହିଥିଲା । କିନ୍ତୁ ଏଲସଇଜି ଡାଟା ଏବଂ ଏମ୍ବ୍ରେ ଅନୁସାରେ, ଏହାକୁ ନିକଟରେ ସେଶେଲ୍ସକୁ ବିକ୍ରି ହୋଇଥିବା ସିପିଙ୍ଗ ଡାଟାରୁ ଜଣାଯାଇଛି । ଋଷରେ ବ୍ୟବସାୟ ପାଇଁ ଏହି ଟ୍ୟାଙ୍କର ବ୍ୟବହାର ହେଉଥିବା ସୂଚନା ମିଳିଛି । ତେବେ ଏହା ପ୍ରିମେରସ୍କ, ଋଷରୁ ୱାଡିନାର, ଭାରତ ରାସ୍ତାରେ ଏହି ଜାହାଜ ରହିଥିଲା ।

ତେବେ ଇରାନ୍-ଗଠବନ୍ଧନ ହୁତୀ ଉଗ୍ରବାଦୀ ନଭେମ୍ବରରୁ ଲାଲ ସାଗର, ବାବ ଅଲ-ମନ୍ଦବ ଜଲଡମ୍ବରୁ ମଧ୍ୟ ଏବଂ ଆଦନର ଖାଡ଼ିରେ ଲଗାତାର ଡ୍ରୋନ ଏବଂ ମିସାଇଲ ଆକ୍ରମଣ ଜାରି ରଖିଛି । ଫଳରେ ଜାହାଜଗୁଡ଼ିକୁ ଦକ୍ଷିଣ ଆଫ୍ରିକା ନିକଟସ୍ଥ ଲମ୍ବା ଏବଂ ମହଙ୍ଗା ଯାତ୍ରାରେ ମାଲ୍ ପଠାଇବା ପାଇଁ ବାଧ୍ୟ ହେଉଥିବା ବେଳେ ଇସ୍ରାଏଲରେ ଯୁଦ୍ଧର ଭୟ ଦେଖାଯାଇଛି । ହୁତୀ ସଂଗଠନର ଅଭିଯାନରେ କିଛି ଦିନର ବିରତୀ ପରେ ଏଣ୍ଡ୍ରୋମେଡା ଷ୍ଟାର ଉପରେ ଆକ୍ରମଣ ହୋଇଛି । ଏହା ଇସ୍ରାଏଲ, ସଂଯୁକ୍ତ ରାଜ୍ୟ ଆମେରିକା ଏବଂ ବ୍ରିଟେନ୍ ସହ ଜଡ଼ିତ ଜାହାଜଗୁଡ଼ିକୁ ଟାର୍ଗେଟ କରିଥାଏ ।

Get real time updates directly on you device, subscribe now.