fbpx

ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ ମାର୍ଟା, କହିଲେ ସେ ତାଙ୍କ ନିଷ୍ପତ୍ତିକୁ ନେଇ ସନ୍ତୁଷ୍ଟ ଅଛନ୍ତି

ଓଡ଼ିଶା ଭାସ୍କର: ବ୍ରାଜିଲିଆନ ଫୁଟବଲର ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ । ୬ ଥର ମହିଳା ବିଶ୍ୱକପ ଖେଳିଥିବା ମାର୍ଟା ଜାତୀୟ ଦଳରୁ ଅବସର ନେବେ ବୋଲି ଯୋଜନା କରିଛନ୍ତି । ବ୍ରାଜିଲ ପାଇଁ ୧୭୫ଟି ମ୍ୟାଚ୍ ଏବଂ ୧୧୬ଟି ଗୋଲ ଖେଳିଛନ୍ତି । ଏଥିପାଇଁ ସେ ‘Queen Marta’ ଭାବେ ବେଶ ଲୋକପ୍ରିୟ ।

ଏକ ସାକ୍ଷାତକାରରେ ୩୮ ବର୍ଷୀୟ ମାର୍ଟା କହିଛନ୍ତି ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସରେ ଖେଳିବେ ବୋଲି ଆଶା ରଖିଛିି । ଏହା ତାଙ୍କର ୬ଷ୍ଠ ଅଲିମ୍ପିକ୍ସ ହେବା ସହ ଜାତୀୟ ଦଳ ତରଫରୁ ଏହା ତାଙ୍କର ଅନ୍ତିମ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ହେବ । ତେବେ ୨୦୨୫ରେ ସେ ତାଙ୍କ କ୍ଲବ୍ କ୍ୟାରିୟର ଜାରି ରଖିବେ କି ନାହିଁ ସେ ବିଷୟରେ କୌଣସି ସୂଚନା ଦେଇ ନାହାଁନ୍ତି । ମାର୍ଟା ଆହୁରି ମଧ୍ୟ କହିଛନ୍ତି, ‘ଯଦି ମୁଁ ଅଲିମ୍ପିକ୍ସ ଯାଏ ତେବେ ପ୍ରତ୍ୟେକ ମୁହୂର୍ତ୍ତ ଉପଭୋଗ କରିବି । ଏହା ବାଦ୍ ଅଲିମ୍ପିକ୍ସକୁ ଯାଏ କି ନଯାଏ ଜାତୀୟ ଦଳ ସହ ଏହା ମୋର ଶେଷ ମ୍ୟାଚ୍ ହେବ । ମୁଁ ମୋ ନିଷ୍ପତ୍ତିକୁ ନେଇ ସନ୍ତୁଷ୍ଟ ଅଛି କାରଣ ଆଗାମୀ ଫୁଟବଲ ଖେଳାଳୀଙ୍କ ପ୍ରତିଭା ଏବଂ ବିକାଶକୁ ନେଇ ଆଶାବାଦୀ ଅଛି ।

ମାର୍ଟାଙ୍କ ପ୍ରଭାବି ପ୍ରଦର୍ଶନରେ ବ୍ରାଜିଲ ୨ ଥର ପାନ୍ ଆମେରିକା ଗେମ୍ସ(୨୦୦୩ ଏବଂ ୨୦୦୭) ଏବଂ ୩ ଥର କୋପା ଆମେରିକା (୨୦୦୩, ୨୦୧୦ ଓ ୨୦୧୮) ଜିତିଥିଲା । ୧୭ ଗୋଲ ସହ ସେ ମହିଳା ବିଶ୍ୱକପର ଶୀର୍ଷ ସ୍କୋରର ଭାବେ ଗୌରବ ଅର୍ଜନ କରିଛନ୍ତି । ୨୦୦୭ରେ ଚୀନରେ ଅନୁଷ୍ଠିତ ବିଶ୍ୱକପ ଫାଇନାଲରେ ଜର୍ମାନୀ ଠାରୁ ପରାସ୍ତ ହୋଇ ବ୍ରଜିଲ ରନରଅପ୍ ହୋଇଥିଲା । ୨୦୦୪ ଏବଂ ୨୦୦୮ରେ ମାର୍ଟା ବ୍ରାଜିଲ ପାଇଁ ୨ଟି ରୌପ୍ୟ ଜିତିଥିଲେ ।

Get real time updates directly on you device, subscribe now.