fbpx

SWAYAM ପୋର୍ଟାଲରେ NCERT ମାଗଣା ଅନଲାଇନ୍ କୋର୍ସ, ସିବିଏସ୍ଇ ବୋର୍ଡ ଏକାଦଶ, ଦ୍ୱାଦଶ ଛାତ୍ରଛାତ୍ରୀମାନେ ମାଗଣାରେ ପଢ଼ିପାରିବେ, ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଏହାର ସମସ୍ତ ଅନୁବନ୍ଧିତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଏକ ଚିଠି ଲେଖିଛି । ଏହି ଚିଠିରେ ସିବିଏସଇ ପ୍ରିନ୍ସିପାଲଙ୍କୁ ଏନସିଇଆରଟି ଦ୍ୱାରା SWAYAM ପୋର୍ଟାଲରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରଦାନ କରାଯାଇଥିବା ଅନଲାଇନ୍ କୋର୍ସ ବିଷୟରେ ସୂଚନା ଦେଇଛି ।

୧୧ ଟି ବିଷୟ ପାଇଁ ଏନସିଇଆରଟି ୨୮ ଟି କୋର୍ସ ଅଫର୍ କରୁଛି, ଯାହା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା SWAYAM ପ୍ଲାଟଫର୍ମ ଛାତ୍ରମାନଙ୍କ ପାଇଁ ଶିକ୍ଷାର ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ମାସିଭ୍ ଓପନ୍ ଅନ୍ଲାଇନ୍ କୋର୍ସ (MOOC) ପ୍ରଦାନ କରିଥାଏ । ଏନସିଇଆରଟି ନିଜେ ପୋର୍ଟାଲ୍ ମାଧ୍ୟମରେ ବିଭିନ୍ନ ବିଷୟକୁ କଭର କରୁଥିବା ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଅନଲାଇନ୍ ପାଠ୍ୟକ୍ରମ ପ୍ରଦାନ କରୁଛି ।

୧୧ ଟି ବିଷୟ ପାଇଁ ୨୮ ଟି କୋର୍ସ :-

୧୩ ତମ ସାଇକଲରେ ଏନସିଇଆରଟି ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୨୮ ଟି ଅନଲାଇନ୍ କୋର୍ସ ପ୍ରଦାନ କରୁଛି । ଏଥିରେ ସମୁଦାୟ ୧୧ ଟି ବିଷୟ ରହିଛି, ଯେଉଁଥିରେ ଆକାଉଣ୍ଟାଣ୍ଟି, ବିଜନେସ୍ ଷ୍ଟହୀ ଜୀବବିଜ୍ଞାନ, ରସାୟନ ବିଜ୍ଞାନ, ଅର୍ଥନୀତି, ଭୂଗୋଳ, ଗଣିତ, ପଦାର୍ଥ ବିଜ୍ଞାନ, ସାଇକୋଲୋଜି, ଇଂରାଜୀ ଏବଂ ସମାଜିକ ବିଜ୍ଞାନ ଅନ୍ତର୍ଭୁକ୍ତ ।

ଆବେଦନ ପ୍ରକ୍ରିୟା ଆରମ୍ଭ ହେଲା :-

ଏହି ପାଠ୍ୟକ୍ରମଗୁଡିକ ଏପ୍ରିଲ୍ ୨୨ ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହି ପାଠ୍ୟକ୍ରମଗୁଡ଼ିକ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାକି ୧ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଚାଲିବ ।

ସମସ୍ତ ଶିକ୍ଷାର୍ଥୀମାନଙ୍କ ପାଇଁ ମାଗଣା :-

ଏହି ଅନଲାଇନ୍ ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣ ଅଭିଜ୍ଞତାକୁ ସମର୍ଥନ ଏବଂ ସମୃଦ୍ଧ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ସହିତ, ଶିକ୍ଷକ ଏବଂ ଅଭିଭାବକମାନେ ପ୍ରଭାବଶାଳୀ ଶିକ୍ଷାଦାନ ପ୍ରଣାଳୀ ଏବଂ ବିଷୟବସ୍ତୁ ବିଷୟରେ ଜ୍ଞାନ ଆହରଣ କରିବାକୁ ଏହି ପାଠ୍ୟକ୍ରମରେ ଯୋଗଦେବାକୁ ଉତ୍ସାହିତ ହୁଅନ୍ତି । SWAYAM ପ୍ଲାଟଫର୍ମରେ ଦିଆଯାଇଥିବା ପାଠ୍ୟକ୍ରମଗୁଡ଼ିକ ଅତ୍ୟନ୍ତ ଇଣ୍ଟରାକ୍ଟିଭ୍ ଏବଂ ସମସ୍ତ ଶିକ୍ଷାର୍ଥୀମାନଙ୍କ ପାଇଁ ମାଗଣା ଉପଲବ୍ଧ ।

ହେଲ୍ପଡେସ୍କ ସହିତ ଯୋଗାଯୋଗ କରନ୍ତୁ :-

ସିବିଏସଇ ଏଥିପାଇଁ ଏକ ହେଲ୍ପଡେସ୍କ ମଧ୍ୟ ସୃଷ୍ଟି କରିଛି । ଯେକୌଣସି ପ୍ରଶ୍ନ ପାଇଁ ବିଦ୍ୟାଳୟଗୁଡ଼ିକ [email protected]ରେ ହେଲ୍ପଡେସ୍କ ସହିତ ଯୋଗାଯୋଗ କରିପାରିବେ କିମ୍ବା ଇଣ୍ଟରାକ୍ଟିଭ୍ ହେଲ୍ପଡେସ୍କକୁ କଲ୍ କରିପାରିବେ ।

Get real time updates directly on you device, subscribe now.