fbpx

୪୨ ଛକା, ୫୨୩ ରନ୍… ଟି-୨୦ କ୍ରିକେଟରେ ବିଶ୍ୱ ରେକର୍ଡ କଲା ପଞ୍ଜାବ କିଙ୍ଗସ, କେଲକାତା ଉପରେ ଐତିହାସିକ ବିଜୟ

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଶୁକ୍ରବାର(ଏପ୍ରିଲ ୨୬ ତାରିଖ) ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଯାଇଛି । ଗୋଟିଏ ମ୍ୟାଚରେ ଅନେକ ଗୁଡ଼ିଏ ବିଶ୍ୱରେକର୍ଡ ଧ୍ୱସ୍ତ କରିପାରିଛନ୍ତି ପଞ୍ଜାବ ଏବଂ କୋଲକାତା ଟିମ୍ । ଏହି ମ୍ୟାଚରେ ଟି-୨୦ କ୍ରିକେଟରେ ସୃଷ୍ଟି ହୋଇଛି ବିଶାଳ ଏବଂ ଐତିହାସିକ ରେକର୍ଡ । ଆଇପିଏଲରେ ପଞ୍ଜାବ ଏବଂ କୋଲକାତା ବିପକ୍ଷ ମ୍ୟାଚ ଏହି ଫର୍ମାଟରେ ନୂଆ ଇତିହାସ ଲେଖିଛି । ଟି-୨୦ ଇତିହାସରେ ସର୍ବଶ୍ରେଷ୍ଠ ରନ୍ ଚେଜ୍, ସର୍ବାଧିକ ଛକା ସହ ଆହୁରି ଅନେକ ରେକର୍ଡ ଏହି ମ୍ୟାଚରେ ଇତିହାସ ହୋଇଯାଇଛି ।

ପଞ୍ଜାବ ଅଧିନାୟକ ସାମ୍ କରନ୍ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପ୍ରଥମେ ତାଙ୍କର ଏହି ପ୍ଲାନ ଫେଲ ହୋଇଥିଲା । କୋଲକାତାର ଦୁଇ ଷ୍ଟାର ଓପନର ଫିଲ୍ ସଲ୍ଟ ଏବଂ ସୁନୀଲ ନାରାୟଣ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଉଭୟଙ୍କ ଦମଦାର ଅର୍ଦ୍ଧଶତକ ବଳରେ କୋଲକାତା ୨୬୧ ରନର ବିଶାଳ ସ୍କୋର କରିଥିଲା । ଏହି ବିଜୟ ଲକ୍ଷ୍ୟ ନେଇ ପଞ୍ଜାବ ତରଫରୁ ମଇଦାନକୁ ଆସିଥିଲେ ପ୍ରଭସିମ୍ରନ ସିଂହ ଏବଂ ଜନି ବେୟାରଷ୍ଟୋ । ଉଭୟ ଖେଳାଳି ପଞ୍ଜାବ ପାଇଁ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ । ମାତ୍ର ୬ ଓଭରରେ ୯୩ରେ ଦଳୀୟ ସ୍କୋର ପହଞ୍ଚିଥିବା ବେଳେ ପ୍ରଭସିମ୍ରନ ସିଂହ ନିଜ ୱିକଟେ ହରାଇଥିଲେ । ତେବେ ଅନ୍ୟ ପକ୍ଷରେ ଜନି ବେୟାରଷ୍ଟୋ ବିସ୍ପୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି । ଏହାପରେ ଶଶାଙ୍କ ସିଂହ ମଇଦାନକୁ ଆସିବା ପରେ ପ୍ରକୃତ ରୋମାଞ୍ଚ ଦେଖିବାକୁ ମିଳିଥିଲା । ଚାହୁଁ ଚାହୁଁ ମାତ୍ର ୨୮ ବଲରୁ ୮ଟି ଛକା ସହ ୨ଟି ଚୌକା ବଳରେ ୬୮ ରନ୍ କରି ଦଳକୁ ୮ଟଠି ବଲ ପୂର୍ବରୁ ବିଜୟୀ କରାଇବାରେ ସଫଳ ହୋଇଛନ୍ତି ଶଶାଙ୍କ ଏବଂ ବେୟରଷ୍ଟୋ ।

ଭାଙ୍ଗିଲା ବିଶ୍ୱ ରେକର୍ଡ:

ଏହି ମ୍ୟାଚରେ ଅନେକ ଗୁଡ଼ିଏ ରେକର୍ଡ ଧ୍ୱସ୍ତ ହୋଇଯାଇଛି । ଟି-୨୦ ଇତିହାସରେ ଏହା ସର୍ବବୃହତ ରନ୍ ଚେଜ୍ ଭାବରେ ପ୍ରଥମ ରେକର୍ଡ କରିଛି । ଏହି ମ୍ୟାଚରେ ଉଭୟ ଇନିଂସରୁ ମୋଟ ୫୨୩ ରନ୍ କରିଛନ୍ତି ବ୍ୟାଟର । ଟି୨୦ କ୍ରିକେଟ ଇତିହାସରେ ଏହା କୌଣସି ବି ମ୍ୟାଚରେ ସର୍ବାଧିକ ରନ୍ ଭାବେ ରେକର୍ଡ ହୋଇଛି । ଏହାବ୍ୟତୀତ ମ୍ୟାଚରେ ଟି-୨୦ ଫର୍ମାଟର ଯେ କୌଣସି ମ୍ୟାଚରେ ସର୍ବାଧିକ ଛକା ମାରିବା ତାଲିକାରେ ମଧ୍ୟ ଏକ ବିଶାଳ ରେକର୍ଡ ସୃଷ୍ଟ ହୋଇଛି । ଏହି ମ୍ୟାଚରେ ଉଭୟ ଦଳର ବ୍ୟାଟର ମୋଟ ୪୨ଟି ଛକା ମାରିଥିବା ବେଳେ ଐତିହାସିକ ରେକର୍ଡ କରିଛନ୍ତି । ସେହିପରି ଏହି ମ୍ୟାଚରେ ଉଭୟ ଦଳ ତରଫରୁ ମୋଟ ୩୭ଟି ଚୌକା ମଧ୍ୟ ଦେଖିବାକୁ ମିଳିଛି । ଯାହା ରେକର୍ଡ ତାଲିକାରେ ସ୍ଥାନ ପାଇଛି । ସେହିପରି କୌଣସି ମ୍ୟାଚରେ ଉଭୟ ଦଳର ଓପନର (୨+୨=୪) ଅର୍ଦ୍ଧଶତକ ବା ତା’ଠାରୁ ଅଧିକରନ୍ କରିଛନ୍ତି । ଟି-୨୦ କ୍ରିକେଟରେ ୨୬୦ ରନରୁ ଅଧିକ ସ୍କୋର କରିବା ପରେ ମଧ୍ୟ ଏହାର ପିଛା କରି ବଜିୟ ହାସଲ କରିଛି ପଞ୍ଜାବ କିଙ୍ଗସ । ଟି-୨୦ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଛି । ଯାହା ନିଜ ଭିତରେ ଆଉ ଏକ ରେକର୍ଡ ସୃଷ୍ଟି କରିଛି ।

Get real time updates directly on you device, subscribe now.