fbpx

ମଣିପୁରରେ କୁକୀ ଆତଙ୍କବାଦୀଙ୍କ ଆକ୍ରମଣ, ୨ ସିଆରପିଏଫ୍ ଯବାନ ସହିଦ

ଇମଫାଲ: ମଣିପୁରରେ ଥମିବାର ନାଁ ଧରୁନି ହିଂସା । ଦିନକୁ ଦିନ ଉଗ୍ରବାଦୀଙ୍କ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ଶୁକ୍ରବାର କୁକୀ ଆତଙ୍କବାଦୀମାନେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ୍‌) ଉପରେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଦୁଇ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି ।

ମଣିପୁର ପୋଲିସଙ୍କ ସୂଚନାନୁଯାୟୀ ଶୁକ୍ରବାର ବିଳମ୍ବିତ ରାତି ପାଖାପାଖି ୨ଟାରେ କୁକୀ ଆତଙ୍କବାଦୀ ସିଆରପିଏଫ୍ ଉପରେ ଆକ୍ରମଣ କରିଥିଲେ । ସିଆରପିଏଫ୍ ଯବାନଙ୍କୁ କୁକୀ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ରାତିରେ ଆମ୍ବୁସ କରି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ଉଗ୍ରବାଦୀ । ଏହି ଆକ୍ରମଣରେ ୨ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ଏହି ଦୁଇ ଯବାନ ମଣିପୁରର ବିଷ୍ଣୁପୁର ଜିଲ୍ଲାର ନାରାନସେନା ଅଞ୍ଚଳର ସିଆରପିଏଫ୍ ୧୨୮ ବାଟାଲିୟନରେ ନିୟୁକ୍ତ ଥିଲେ । ସହିଦ ହୋଇଥିବା କର୍ମଚାରୀ ଦ୍ବୟ ହେଲେ ସିଆର୍‌ପିଏଫ୍‌ର ସବ୍‌ ଇନ୍‌ସ୍ପେକ୍ଟର ଏନ୍‌ ସରକାର ଓ ଏବଂ ହେଡ୍‌ କନ୍‌ଷ୍ଟେବଲ୍‌ ଅରୁପ ସାଇନି। ଆହତ କର୍ମଚାରୀ ହେଉଛନ୍ତି ଇନ୍‌ସ୍ପେକ୍ଟର ଯାଦବ ଦାସ ଓ କନ୍‌ଷ୍ଟେବଲ୍‌ ଅଫ୍‌ତାବ ହୁସେନ। ତେବେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକ ଥର ଯବାନଙ୍କୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ ।

Get real time updates directly on you device, subscribe now.