fbpx
BSKY
BJD SHG SKY
BJD YOUTH SKY

(Video) କାହିଁକି ନିର୍ବାଚନୀ ଟିକେଟ ପାଇଲେନି ଅନୁଭବ? ପାରିବାରିକ ବିବାଦ ନଷ୍ଟ କରୁଛି ରାଜନୈତିକ କ୍ୟାରିୟର!

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିରେ କମ୍ପୁଛି ପ୍ରଚାର ମଇଦାନ । ବିଭିନ୍ନ ଦଳର ବଡ଼ ବଡ଼ ନେତା ଓଡ଼ିଶାର ଅନେକ ସ୍ଥାନରେ ଦଳ ପାଇଁ ପ୍ରଚାର କରିବାରେ ମାତିଛନ୍ତି । କିନ୍ତୁ ଏହାଭିତରେ ଭାଙ୍ଗି ପଡ଼ିଛନ୍ତି କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି । ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ନିରାଶ କରିଛି । ପ୍ରଥମେ ଲୋକସଭା ଏବଂ ପରେ ବିଧାନସଭା ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଅନୁଭବଙ୍କୁ ଏ ସବୁ ତାଲିକାରୁ ବାଦ୍ ଦେଇଛି ବିଜେପି । ତେବେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଅନୁଭବ ମହାନ୍ତିଙ୍କୁ ନେଇ ଏଥର ନିର୍ବାଚନ ମାହୋଲ ସରଗରମ ରହିଛି । ତେବେ ଅନେକଙ୍କ ମନରେ ପ୍ରଶ୍ନ ରହିଛି ଯେ କାହିଁକି ଅନୁଭବଙ୍କୁ ମିଳିଲାନି ଟିକେଟ?

ନା କେନ୍ଦ୍ରାପଡ଼ାରୁ ଟିକେଟ ପାଇଲେ ନା କଟକ ବାରବାଟୀରୁ ବିଜେପି ଟିକେଟ ଦେଲା । ଟିକେଟ ପାଇବା ଆଶାରେ ବିଜେଡି ଛାଡ଼ି ବିଜେପିରେ ଶାମିଲ ହୋଇଥିଲେ । ବିଜେଡି କୋଣ ଠେସା କରିବାରୁ ବିଜେପିରେ ଯୋଗ ଦେଇଥିଲେ । ହେଲେ ବିଜେପି କୌଣସି ଆସନରୁ ମଧ୍ୟ ସାଂସଦ ଅନୁଭବ ମହାନ୍ତିଙ୍କୁ ଟିକେଟ ଦେଲା ନାହିଁ । ଆଉ ଏବେ ଜଣା ପଡ଼ିଗଲା ବିଜେପି କଣ ପାଇଁ ସାଂସଦ ଅନୁଭବ ମହାନ୍ତିଙ୍କୁ ଟିକେଟ ଦେଲା ନାହିଁ । ଶେଷ ସମୟରେ କଣ ପାଇଁ ନିଷ୍ପତ୍ତିକୁ ବଦଳାଇ ଦେଲା ବିଜେପି । ଯେଉଁଥିପାଇଁ ଏମିତି ସବୁ ହୋଇଗଲା ସେହି କାରଣ ଏବେ ଜଣା ପଡ଼ି ଯାଇଛି । ବିଜେପିର ମନିଟିରିଂ ଟିମ ଯାଞ୍ଚ କଲାପରେ ଦେଇ ନାହିଁ ଟିକେଟ ।

କହିବାକୁ ଗଲେ ଏହି କାରଣ ଅନୁଭବଙ୍କୁ ଟିକେଟ ନମିଳିବାର ମୁଖ୍ୟ କାରଣ ହୋଇଥାଇ ପାରେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । କାରଣଟି ହେଉଛି କିଛି ଏମିତି । ସାଂସଦ ଅନୁଭବ ମହାନ୍ତିଙ୍କୁ ପୁଣିଥରେ ଜେଏମ୍ଏଫ୍ସି କୋର୍ଟରୁ ଝଟକା ଲାଗିଛି । ପୁରୀଘାଟ ଥାନାରେ ବର୍ଷା କରିଥିବା ଘରୋଇ ହିଂସା ନେଇ କୋର୍ଟରେ ଚାରସିଟ ଦାଖଲ ହୋଇଛି । ଆଉ ଯେଉଁ ଚାର୍ଜସିଟରେ ଅନୁଭବ ମହାନ୍ତି ଘରୋଇ ହିଂସା କରିଥିବା ପ୍ରମାଣ ରହିଛି । ଯଦି ଦେଖିବା ବିଜେପି ଟକେଟ ଦେବା ପୂର୍ବରୁ ତାର ଇଣ୍ଟରନାଲ ସର୍ଭେ କରେ । ଆଶାୟୀ ପ୍ରାର୍ଥୀ ମାନଙ୍କର ପୁରା ଡାଟାକୁ ଯାଞ୍ଚ କରେ । ବୋଧେ ଏହି ଯାଞ୍ଚରେ ବିଜେପି ଆଗରୁ ଜାଣି ସାରିଥିଲା ଅନୁଭବ ମହାନ୍ତି ପୁଣିଥରେ ଘରୋଇ ହିଂସା ମାମଲାରେ ଫସିବାକୁ ଯାଉଛନ୍ତି । ଆଉ ସେଥିପାଇଁ କଟକ ବାରବାଟିରୁ ଅନୁଭବଙ୍କୁ ଟିକେଟ ନଦେଇ ବିଧାନସଭା ଟିକେଟ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦେଇଥିଲା ।

ନା ବିଜେପିର ହେଲେ ନା ବିଜେଡିର ହେଲେ । ଏବେ ଘରୋଇ ହିଂସା ମାମଲାରେ ଫସି ରାଜନୈତିକ ଜୀବନ ଅଷ୍ଟ ହେବା ଉପରେ । କାଠ ଗଡ଼ାକୁ ପୁଣିଥରେ ଟଣା ହୋଇପାରନ୍ତି ଅନୁଭବ ମହାନ୍ତି । ଜେଏମଏଫ୍ସି ସ୍ୱତନ୍ତ୍ର କୋର୍ଟ ଅନୁଭବଙ୍କ ଓକିଲଙ୍କୁ ଚାର୍ଜ ଫ୍ରେମ ଦାଖଲ କରିବାକୁ କହିଛନ୍ତି । ଆଶନ୍ତା ୧୦ ତାରିଖରେ କୋର୍ଟରେ ଅନୁଭବ ଏବଂ ତାଙ୍କର ଦୁଇ ସହଯୋଗୀ ସୁଜି ଏବଂ ଖଗେନ୍ଦ୍ରଙ୍କୁ ମଧ୍ୟ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ରହିଛି ।

Get real time updates directly on you device, subscribe now.