fbpx
BSKY
BJD SHG SKY
BJD YOUTH SKY

ଇସ୍ତଫା ଦେଲେ ସାମ୍ ପିତ୍ରୋଦା: ବିବାଦ ପରେ ଛାଡ଼ିଲେ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ(ଆଇଓସି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସାମ୍ ପିତ୍ରୋଦା ।କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏହି ଇସ୍ତଫା ପତ୍ର ଦିଆ ଯାଇଥିବା ବେଳେ ସେ ଏହାକୁ ସ୍ୱୀକାର କରିଥିବା କହିଛନ୍ତି ଜୟରାମ ରମେଶ । ସାରା ଦେଶରେ ତାଙ୍କର ଏକ ବୟାନକୁ ନେଇ ବିବାଦ ପରେ ଇସ୍ତଫା ଦେଇଛନ୍ତି ସାମ୍ ପିତ୍ରୋଦା ।

ସାମ୍ ପିତ୍ରୋଦାଙ୍କର ଏକ ବୟାନ୍ ଏବେ ବିବାଦ ଘେରରେ ରହିଥିବା ବେଳେ ଆଇଓସିର ଅଧ୍ୟକ୍ଷ ପଦରୁ ସେ ଇସ୍ତଫା ପ୍ରଦାନ କରିଛନ୍ତି । ଏହି ବୟାନରେ ପିତ୍ରୋଦା କହିଛନ୍ତି ଯେ, ପୂର୍ବ ଭାରତର ଲୋକେ ଚୀନ ଏବଂ ଦକ୍ଷିଣ ଭାରତୀୟ ଆଫ୍ରିକାର ନାଗରିକ ଭଳି ଦେଖାଯାଆନ୍ତି । ତେବେ କଂଗ୍ରେସ ମଧ୍ୟ ଏହି ବୟାନରୁ ନିଜକୁ ଦୂରେଇ ରଖିବା ସହ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଅସ୍ୱୀକାର୍ଯ୍ୟ ବୋଲି କହିଛି । ଏଭଳି ଟିପ୍ପଣୀରୁ ନିଜକୁ ସମ୍ପୂର୍ଣ୍ଣ ଅଲଗା ବୋଲି କହିଛି କଂଗ୍ରେସ । ଅନ୍ୟ ପକ୍ଷରେ ସତ୍ତାରୁଢ ଭାରତୀୟ ଜନତା ପାର୍ଟି ମଧ୍ୟ ପିତ୍ରୋଦାଙ୍କ ଏହି ଟିପ୍ପଣୀକୁ ନେଇ ତାଙ୍କୁ ଟାର୍ଗେଟ କରିଛି । ଏହାଦ୍ୱାରା ବିପକ୍ଷୀ ଦଳର ବିଭାଜଜନକାରୀ ରାଜନୀତିର ମୁଖା ଖୋଲି ଯାଉଥିବା ମଧ୍ୟ ଦାବି କରିଛି ବିଜେପି । ଇଣ୍ଡିଆନ୍ ଓଭରସିଜ କଂଗ୍ରେସର ପ୍ରମୁଖ ପିତ୍ରୋଦା କହିଛନ୍ତି ଯେ, ଆମେ ୭୫ ବର୍ଷରୁ ବହୁତ ସୁଖଦ ମାହୋଲରେ ରହିଆସିଛୁ । ଏଥିରେ କିଛିଟା ଲଢେଇକୁ ବାଦ୍ଦେଲେ ଲୋକମାନେ ସାଙ୍ଗ ହୋଇ ରହିବା ଶିଖିଛୁ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ପିତ୍ରୋଦା କହିଛନ୍ତି ଯେ, ଆମେ ଭାରତ ଭଳି ବିବିଧତାପୂର୍ଣ୍ଣ ଦେଶରେ ଏକାଠି ରହିପାରିବା । ଏଠରେ ପୂର୍ବ ଭାରତର ଲୋକମାନେ ଚୀନ ନାଗରିକ ଭଳି ଲାଗନ୍ତି, ପଶଚିମର ଲୋକେ ଆରବ ଏବଂ ଉତ୍ତର ଅଞ୍ଚଳର ଲୋକେ ଗୋରାଙ୍କ ଭଳି ଦେଖାଯାଆନ୍ତି ସେହିଭଳି ଦକ୍ଷିଣ ଭାରତର ଲୋକେ ଆଫ୍ରିକୀୟ ଭଳି ଦେଖାଯାଆନ୍ତି । ତେବେ ଏଥିରେ କୌଣସି ଫରକ୍ ପଡ଼େ ନାହିଁ । ଆମେ ସମସ୍ତେ ଭାଇ-ଭଉଣୀ, ଦେଶର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଚାଲି-ଚଳଣୀ, ଖାଦ୍ୟପେୟ, ଭାଷା ଅଲଗା ରହିଛି । କିନ୍ତୁ ଆମ ଦେଶରେ ସମସ୍ତେ ପରସ୍ପରର ସମ୍ମାନ କରିଥାନ୍ତି ।

Get real time updates directly on you device, subscribe now.