fbpx

ମାରୁତି ସୁଜୁକିରେ ଚାକିରି ଦେବାକୁ କହି ଠକି ନେଲେ ୫ ଲକ୍ଷ, ଜାଣନ୍ତୁ କିପରି ଠକ ଠାରୁ ନିଜକୁ ଦୂରେଇ ରଖିବେ

Advertisement

ଗୁରୁଗ୍ରାମ : ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ମୁରାଦାବାଦରେ ରହୁଥିବା ମେଘରାଜ ସିଂ ଙ୍କ ପୁଅକୁ ଚାକିରୀ କରାଇ ଦେବାକୁ ପ୍ରତିଶ୍ରୃତି ଦେଇଥିଲେ । ପୋଲିସର କହିବା ଅନୁସାରେ ସେହି ଠକ ମାନେ ମେଘରାଜଙ୍କ ପୁଅର ନିଯୁକ୍ତି ପତ୍ର ମଧ୍ୟ ପଠାଇଥିଲେ । ପରେ ଏହି ନିଯୁକ୍ତି ପତ୍ର ଜାଲ ଥିଲା ବୋଲି ଜଣା ପଡିଲା । ପୋଲିସ କହିବା ଅନୁସାରେ ଆରୋପିକୁ ଖୁବଶିଘ୍ର ଗିରଫ କରାଯିବ । ତେବେ ଅଭିଯୋଗକାରୀଙ୍କ କହିବା ଅନୁସାରେ ତାଙ୍କ ପୁଅକୁ ଡେପୁଟି ମ୍ୟାନେଜର ପୋଷ୍ଟରେ ନିଯୁକ୍ତ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ ।

ତାଙ୍କ ଦରମା ପ୍ରତି ମାସ୪୫,୦୦୦ ଟଙ୍କା ବୋଲି ଧର୍ଯ୍ୟ କରାଯାଇଥିଲା । ସିଂ ଙ୍କ କହିବା ଅନୁସାରେ ତାଙ୍କୁ ଏବଂ ତାଙ୍କ ପୁଅକୁ ୨୩ ମେ’ରେ କମ୍ପାନୀକୁ ଡାକିଥିଲେ । ସେଠାରେ ସେ ଚାକିରି କରାଇ ଦେବାକୁ କହିଥିଲେ । ଏହା ପରେ ସେମାନେ ଏକ ଢାବାକୁ ଯାଇଥିଲେ ସେଠାରେ ସେ ୫ ଲକ୍ଷ ଟଙ୍କା ମାଗିଥିଲେ ଚାକିରୀ ବାବଦକୁ । ଏହା ପରେ ସେହି ବାପ ପୁଅ ତାଙ୍କୁ ୩.୫ ଲକ୍ଷ ଟଙ୍କା କ୍ୟାସରେ ଦେଇଥିଲେ । ବାକି ଟଙ୍କା ତାର ଆକାଉଣ୍ଟକୁ ପଠାଇଥିଲେ । ଏହା ପରେ ସେମାନେ କହିଥିଲେ ୩ ଦିନରେ ଚାକିରୀ ହୋଇଯିବ । ଏହା ପରେ ୫ ଜୁନରେ ତାଙ୍କୁ ସ୍ପିଡ ପୋଷ୍ଟରେ ନିଯୁକ୍ତି ପତ୍ର ମିଳିଥିଲା । ଏହା ପରେ ଯେତେବେଳେ ସିଂଙ୍କ ପୁଅ ନିଯୁକ୍ତି ପତ୍ର ନେଇ କମ୍ପାନୀରେ ପହଞ୍ଚିଥିଲେ ସେତେବେଳେ ଏହାକୁ ଜାଲ ନିଯୁକ୍ତି ପତ୍ର କହିଥିଲେ କମ୍ପାନୀ କର୍ମଚାରୀ । ଏହି ଘଟଣା ଉପରେ ଏବେ ପୋଲିସ ତଦନ୍ତ କରୁଛି ।

ଅନେକ ଥର ଦେଖିବାକୁ ମିଳୁଛି ଏହି ପରି ମାମଲା । ନିଯୁକ୍ତି କରାଇ ଦେବା ପାଇଁ ଅନେକ ଲୋକଙ୍କୁ ଠକା ଯାଉଛି । ଅନେକ ସମୟରେ ବିଭିନ୍ନ କମ୍ପାନୀ କହୁଛି ୱେବସାଇଟରେ ଥିବା ଡାଟାକୁ ଠିକ ଭାବରେ ଯାଞ୍ଚ କରନ୍ତୁ ଏହା ପରେ ଆପ୍ଲାଏ କରନ୍ତୁ । ସଠିକ ସୂଚନା ନେଲା ପରେ ଆପଣଙ୍କ କମ୍ପାନୀକୁ ଯାଆନ୍ତୁ । ଏହା ଛଡା ଯେଉଁଠାରେ ଟଙ୍କା ନେଇ ଚାକିରି କରାଇବା ପାଇଁ ସୂଚନା ଦିଆ ଯାଉଛି ସେହି ସ୍ଥାନରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.