fbpx

କର୍ଣ୍ଣାଟକରୁ ଆଉ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ଛୁଇଁଲା…

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି କ୍ରମରେ କର୍ଣ୍ଣାଟକରୁ ଆଉ ୫ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କର୍ଣ୍ଣାଟକରେ ମୋଟ ମାମଲା ସଂଖ୍ୟା ୧୯ରେ ପହଞ୍ଚିଛି । ଏନେଇ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ସୁଧାକର କେ ସୂଚନା ଦେଇଛନ୍ତି । ତେବେ ଏହାକୁ ମିଶାଇ ମୋଟ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ୧୫୮ରେ ପହଞ୍ଚିଛି । ସୂଚନା ଯୋଗ୍ୟ, ଏବେ ସୁଦ୍ଧା ଦେଶର ୧୨ଟି ରାଜ୍ୟରେ ଓମିକ୍ରନ୍ ବ୍ୟାପିଛି । ମହାରାଷ୍ଟ୍ରରେ ସର୍ବାଧିକ ୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଜାତୀୟ ରାଜଧାନୀ ଦିଲ୍ଲୀରେ ୨୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୯, ଗୁଜୁରାଟରେ ୯, କେରଳରେ ୧୧, ଉତ୍ତରପ୍ରଦେଶରେ ଦୁଇଜଣ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଏବଂ ପଶ୍ଚିମରେ ଜଣେ ବ୍ୟକ୍ତି ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଓମିକ୍ରନ୍ ମାମଲା ବର୍ତ୍ତମାନ ୧୫୩ ରେ ପହଞ୍ଚିଛି। ଏହାପୂର୍ବରୁ, ରବିବାର ଦିନ ରାଜଧାନୀ ଦିଲ୍ଲୀରେ ୧୦୭ ଟି କରୋନା ମାମଲା ପଞ୍ଜିକୃତ ହୋଇଛି, ଯାହାକି ଛଅ ମାସ ପରେ ଗୋଟିଏ ଦିନରେ ସର୍ବାଧିକ କରୋନା ମାମଲା ଅଟେ। ମହାରାଷ୍ଟ୍ରରେ ମଧ୍ୟ କରୋନା ମାମଲାରେ ବୃଦ୍ଧି ଘଟିଛି।

Get real time updates directly on you device, subscribe now.