fbpx

ପତ୍ନୀଙ୍କ ଠାରୁ ଅଲଗା ହେବେ ଅନିଲ: ନିଜ ଠାରୁ ୩୦ ବର୍ଷ ସାନ ଏହି ଅଭିନେତ୍ରୀଙ୍କ ହାତ ଧରିବେ

ନୂଆଦିଲ୍ଲୀ: ବଲିଉଡ ତାରକାଙ୍କ କ୍ଷେତ୍ରରେ ବିବାହ ଆଉ ଛାଡ଼ପତ୍ର ଏକ ସାଧାରଣ କଥା । ତେବେ ଖୁବଶୀଘ୍ର ବଲିଉଡ ଅଭିନେତା ଅନିଲ କପୁର ନିଜର ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ବୋଲି ଖୁବ୍ ଚର୍ଚ୍ଚା ହେଉଛି । । ନିକଟରେ ଅନିଲ ଅଭିନେତା ଅରବାଜ ଖାନଙ୍କ ଲୋକପ୍ରିୟ ଶୋ ପିଞ୍ଚକୁ ଯାଇଥିଲେ । ଏହି ଅବସରରେ ଅରବାଜ ଅନିଲଙ୍କୁ ତାଙ୍କର ଫିଟନେସ୍ ନେଇ ପ୍ରଶ୍ନ କରିଥିଲେ । ତେବେ ଏଥିପାଇଁ ସେ କିଛି ସ୍ୱତନ୍ତ୍ର କରନ୍ତି ନାହିଁ, କେବଳ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି ବୋଲି ଅନିଲ କହିଥିଲେ ।

ଅନିଲ ପ୍ରାୟ ଚାରି ଦଶକ ଧରି ଫିଲ୍ମ ଜଗତରେ ରାଜ କରିବା ସହ ଫ୍ୟାନ୍ସଙ୍କୁ ଏଣ୍ଟରଟେନ୍ କରିଆସୁଛନ୍ତି । କେବଳ ଅଭିନୟ ନୁହେଁ, ନିଜର ଫିଜିକକୁ ନେଇ ଅନେକ ଯୁବତୀଙ୍କ ଦିଲରେ ରହିଛନ୍ତି । ଇତିମଧ୍ୟରେ ସେ ୬୫ଟି ବସନ୍ତ ଅତିକ୍ରାନ୍ତ କରିସାରିଥିଲେ ସେ ଆଜି ବି ତାଙ୍କ ପାଖରେ ଯୁବ ସୁଲଭ ଭରି ରହିଛି । ତାଙ୍କର ଫିଟନେସକୁ ନେଇ ଫିଲ୍ମ ଜଗତରେ ଅଧିକାଂଶ ସମୟରେ ଚର୍ଚ୍ଚା ଜାରି ରହିଥାଏ । ଅନେକ ମଧ୍ୟ ସେ ପ୍ଲାଷ୍ଟିକ ସର୍ଜରୀ କରିଥିବା ନେଇ କହିଥାନ୍ତି ।

ତେବେ ଅନିଲ ତାଙ୍କର ପତ୍ନୀଙ୍କଠାରୁ ଅଲଗା ହେବା ନେଇ ଶୁଣିବାକୁ ମିଳୁଛି । ନିଜ ବୟସ ଠାରୁ ୩୦ ବର୍ଷ ସାନ ଜଣେ ଅଭିନେତ୍ରୀଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେବାରେ ଲାଗିଛି । ଏକଦା ଅନିଲ ‘କଫି ୱିଥ କରଣ’ ଶୋକୁ ଯାଇଥିଲେ । ଶୋ’ ଅବସରରେ କରଣ ଅନିଲଙ୍କୁ ପ୍ରଶ୍ନ କରିଥିଲେ- ଯଦି ଆପଣଙ୍କୁ ନିଜ ପତ୍ନୀଙ୍କୁ ଛାଡ଼ିବାକୁ ପଡ଼ିବ, ଆପଣ କାହାକୁ ବାଛିବେ? ଏହାପରେ ଅନିଲ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଆଡ଼କୁ ଇସାରା କରିଥିଲେ । ତେବେ ମଜାକ ଭାବେ ଅନିଲ ଏହି ପ୍ରତିକ୍ରିୟା ଦେଇଥିଲେ ହେଁ ଫ୍ୟାନ୍ସ ଏହାକୁ କିଛି କ୍ଷଣ ପାଇଁ ଗମ୍ଭୀରତାର ସହ ନେଇଯାଇଥିଲେ ।

Get real time updates directly on you device, subscribe now.