fbpx

୫ଟି କାରଣରୁ ହୋଇଥାଏ ଅଣ୍ଟା ଦରଜ, ମହିଳାମାନେ ଦିଅନ୍ତୁ ବିଶେଷ ଧ୍ୟାନ

ଓଡ଼ିଶା ଭାଷ୍କର: ଦୈନନ୍ଦିନ ଜୀବନର ବ୍ୟସ୍ତତା ମଧ୍ୟରେ ସେ ତା ନିଜର ଯତ୍ନ ନେବା ଭୂଲି ଯାଇଥାଏ । ପୁରୁଷ ଅପେକ୍ଷା ମହିଳା ମାନେ ଅଧିକା ଅସୁସ୍ଥତାର ଶିକାର ହୋଇଥାନ୍ତି । ଯେପରି କି ଅଣ୍ଟା ବ୍ୟଥା ବା ପିଠି ଦରଜ ଭଳି ସମସ୍ୟାରେ ଅଧିକ ଲୋକ ଚିନ୍ତିତ ହୋଇଗଲେଣି, ଏହି ଭଳି ସମସ୍ୟା ପ୍ରାୟତଃ ୪୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କ ପାଖରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହା ପୁରୁଷଙ୍କ ଅପେକ୍ଷା ମହିଳା ମାନଙ୍କ ପାଖରେ ଅଧିକ ଦେଖାଯାଇଥାଏ । ବଦଳୁଥିବା ଜିବନଶୈଳୀ ଓ ଅସନ୍ତୁଳିତ ଖାଇବାପିଇବାର କାରଣ ପାଇଁ ଅଣ୍ଟା ଓ ପିଠିର ଯନ୍ତ୍ରଣରେ ମହିଳା ମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ଏହା ବ୍ୟତିତ ମହିଳା ମାନଙ୍କ ଅଣ୍ଟା ଦରଜ ସମସ୍ୟା ପଛରେ ଅନକେ କାରଣ ରହିଛି,ଏହି ଦରଜରୁ ବଞ୍ଚିବା ପାଇଁ ସେମାନେ ବିଭିନ୍ନ ପ୍ରକାର ଔଷଧର ସେବନ କରନ୍ତି କିନ୍ତୁ ଏଥିରୁ ସଂପୂର୍ଣ୍ଣ ଆରାମ ମିଳି ନଥାଏ । ମୁମ୍ବାଇର ଡା଼. ଶ୍ୱେତା ଶାହ କହିଛନ୍ତି ଯେ : ପ୍ରିମେସ୍ଟୁଅଲ ସିଣ୍ଡୋମ, ଏଣ୍ଡ୍ରୋମେଟ୍ରିଓସିସ ,ଡ଼ିସମେନୋରୀୟା ଏବଂ ଗର୍ଭଧାରଣା ଇତ୍ୟାଦି କାରଣରୁ ହୋଇଥାଏ ଅଣ୍ଟା ଦରଜ । ଏହା ନେୁହଁ ଯେ କମ ବୟସର ମହିଳାଙ୍କୁ ଅଣ୍ଟାର ଦରଜ ହୁଏ ନାହିଁ ତାହା ନୁହେଁ, ଜବାନ ମହିଳାଙ୍କର ଅଣ୍ଟାରେ ମଧ୍ୟ ଦରଜ ହୁଏ ,ଏହାର କାରଣ ମାଂସପେଶୀରେ ପବନ ଅଟକି ଯିବା, ଝଟକା ଲାଗିଲେ, ହର୍ନୀୟେଟେଡ଼, ସାଇଟିକା ପରି ଅନେକ ସମସ୍ୟା ହୋଇପାରେ ।

ଗର୍ଭବତୀ ମହିଳାଙ୍କୁ ପ୍ରାୟତଃ ଅଣ୍ଟା ଯନ୍ତ୍ରଣା ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ,ଏହି ସମୟରେ ଅଣ୍ଟା ଦରଜର ସମସ୍ୟା ଠାରୁ ମଧ୍ୟ ଅଧିକା ଅଣ୍ଟାର ଠିକ ତଳ ଭାଗରେ ଏବଂ ଟେଲ ବୋନ ପାଖ଼ରେ ଦରଜ ହୋଇଥାଏ । ୪୦ ବର୍ଷର ମହିଳା ମାନଙ୍କ ହାଡ଼ରେ ଅଧିକା ପ୍ରଭାବ ପଡ଼ିବା ଦ୍ୱାରା ଅଣ୍ଟୁ ଦରଜ ହୋଇôଥାଏ , ୪୦ ବର୍ଷ ପରଠାରୁ ସେମାନଙ୍କୁ ପ୍ରି-ମେନୋପୋଜଲ ଅବସ୍ଥାର ସାମନ୍ନା କରିବାକୁ ପଡ଼ିଥାଏ ଏବଂ ତାହାର ଏସ୍ଟ୍ରୋଯନର ସିମା ଅଧିକ ତଳକୁ ଖସି ଯାଇଥାଏ , ଏଥିପାଇଁ ହାଡ଼ କମଜୋର ହେବା ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏହା ମୋଟାପଣର ଅନ୍ୟ ଏକ କାରଣ ହୋଇଥାଏ ।

ମଣିଷର ବୟସ ବଢିବାରେ ପରିବର୍ତ୍ତନ ସମସ୍ତଙ୍କ ଠାରେ ଦେଖାଦେଇଥାଏ ,ଯେବେ ମହିଳାମାନେ ମେନୋପୋଜର ସ୍ଥାନରେ ପହଁଚି ଯିବେ ସେତେବେଳେ ଅଣ୍ଟା ଦରଜ ହେବା ଆରମ୍ଭ ହୋଇଥାଏ । ଅଣ୍ଟା ଦରଜ ଦ୍ୱାରା ଜୀବନଶୈଳୀ ମଧ୍ୟ ଖରାପ ହୋଇଯାଇଥାଏ ।

 

Get real time updates directly on you device, subscribe now.