fbpx

ନିଜ ପିଲାଙ୍କ ସ୍କୁଲ ଗେଟ୍ ନିକଟରେ ପରସ୍ପରକୁ ଭେଟିବା ପରେ ହୋଇଥିଲା ପ୍ରେମ, ପତିଙ୍କ ସମ୍ମତି

ନୂଆଦିଲ୍ଲୀ:କୁୁହାଯାଏ ପ୍ରେମ କାହାକୁ କେତେବେଳେ ହୋଇଯିବ ତାହା କେହି ଜାଣି ନ ଥାଏ । କିନ୍ତୁ ଦୁଇ ବିବାହିତା ମହିଳାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିବା ଏବଂ ଏହା ପୁଣି ନିଜ ନିଜ ସ୍ୱାମୀ ଙ୍କ ଅନୁମତିରେ କଥାଟି ଶୁଣିବାକୁ ନିଶ୍ଚୟ ଅଡୁଆ ଲାଗୁଛି । ତେବେ ଏହି ବିରଳ ପ୍ରେମରେ ପ୍ରଥମ ମହିଳା ଜଣକ କହିଛନ୍ତି ତାଙ୍କୁ ପିଲାଙ୍କ ସ୍କୁଲ ଗେଟ୍ ନିକଟରେ ଅନ୍ୟ ଜଣେ ମହିଳାଙ୍କ ସହ ସାକ୍ଷାତ ହୋଇଥିଲା ଓ କିଛି ସମୟ ଆଲୋଚନା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା । ଏହି କଥା ଉଭୟେ ନିଜ ସ୍ୱାମୀଙ୍କୁ ବି କହିଥିଲେ ଓ ତାଙ୍କ ସ୍ୱାମୀ ବି ତାଙ୍କୁ ପୁରା ସହଯୋଗ କରିଥିଲେ । ଏହି ମହିଳା ଦୁଇଟି ପିଲାର ମା ବି ଅଟନ୍ତି । ମହିଳାଙ୍କ ନାମ ଲିହା ହାମିଲଟନ୍ । ହାମିଲଟନ୍ ଜର୍ମାନୀର ବର୍ଲିନରେ ରୁହନ୍ତି । ଯେଉଁ ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଛି ତାଙ୍କର ବି ସନ୍ତାନ ରହିଛନ୍ତି ।

ଡେଲି ମେଲ୍ ରିପୋର୍ଟ ଅନୁସାରେ ପ୍ରଥମ ମହିଳା ଜଣକ କହିଛନ୍ତି ସେ ପ୍ରଥମ ଥର ନ୍ୟୁଜିଲାଣ୍ଡ ୟୁନିଭରସିଟିରେ ନିଜ ପତିଙ୍କୁ ଭେଟିଥିଲେ । ଉଭୟ ସଂପର୍କରେ ଥିଲେ । ଏହା ସହିତ ଅନ୍ୟମାନଙ୍କ ସହ ବି ସଂପର୍କ ରଖୁଥିଲେ । ସ୍ୱାମୀଙ୍କ ଚାକିରି ପରେ ଲିହାଙ୍କୁ ଜର୍ମାନୀ ଆସିବାକୁ ପଡିଥିଲା । ସେ କହିଛନ୍ତି କିଣ୍ଡରଗାର୍ଡର ସ୍କୁଲ ଗେଟ୍ରେ ତାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ହୋଇ ଯାଇଥିଲା । ଏହି ଘଟଣାକୁ ନେଇ ତାଙ୍କୁ ତାଙ୍କ ପତି କିଛି କହି ନ ଥିଲେ । ଅନ୍ୟ ପକ୍ଷରେ ସେ ତାଙ୍କର ପୁରା ସାଥ ଦେଇଥିଲେ । ଲିହା କହିଛନ୍ତି ସେ ସେହି ମହିଳାଙ୍କ ସହିତ ସନ୍ଧ୍ୟାରେ ବୁଲିବାକୁ ଯାଇଥିଲେ ଓ ସେମାନେ ଖୁବ୍ ଶୀଘ୍ର ଦୋସ୍ତ ପାଲଟିଯାଇଥିଲେ ।ଏ ଦୁଇଜଣଙ୍କ ସ୍ୱଭାବ ବହୁତ ଅଜବ ଓ ଏମାନେ ରୋମାନ୍ସ ଓ ମୌଜ ମସ୍ତି କରିବାକୁ ପସନ୍ଦ କରିଥାନ୍ତି ।

ଲିହା କହିଛନ୍ତି ସେହି ମହିଳା ଜଣକ ତାଙ୍କ ପ୍ରଶଂସା କରିଥିଲେ । କେତେବେଳେ ଫିଟନେସ୍କୁ ନେଇ ତ ଆଉ କେତେବେଳେ ଆଖିର ସୁନ୍ଦରତାକୁ ନେଇ । ଲିହା ଜଣେ ଲେଖିକା ଓ ସଂପାଦିକା । ଲିହା କହିଛନ୍ତି ସେ ଯେତେବେଳେ ତାଙ୍କର ଏପରି ସଂପର୍କ ବିଷୟରେ ନିଜ ସ୍ୱାମୀଙ୍କୁ କହିଥିଲେ ସେତେବେଳେ ସେ କହିଥିଲେଏଥିରେ କୌଣସି ସମସ୍ୟା ନାହିଁ । ବାସ୍ ଏହାପରେ ଲିହା ଓ ତାଙ୍କ ନୂଆ ପ୍ରେମିକା ଏକ ସଙ୍ଗେ ବିଭିନ୍ନ ସ୍ଥାନକୁ ବୁଲାବୁଲି କରିବାକୁ ଯାଉଛନ୍ତି । ଉଭୟ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରି ଦେଇଛନ୍ତି । ଏ ପର୍ଯ୍ୟନ୍ତ ଲିହା ଏହି ମହିଳାଙ୍କ ସହ ୨ ବର୍ଷ ପର୍ଯ୍ୟନ୍ତ ସଂପର୍କରେ ରହି ସାରିଲେଣି ।

Get real time updates directly on you device, subscribe now.