fbpx
BJD
BJD SKY
BJD SKY

Big Breaking: ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

BJD

ଭୁବନେଶ୍ୱର: କାଳବୈଶାଖୀ ପବନ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଭୁବନେଶ୍ୱରରେ ଓହ୍ଲାଇ ନପାରିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଖଡ଼ିଆଳରୁ ସଭାସାରି ଫେରିଲା ବେଳେ ଏହି ହେଲିକପ୍ଟରଟି ଓହ୍ଲାଇପାରି ନାହିଁ । ଭୁବନେଶ୍ୱରରେ ଓହ୍ଲାଇ ନପାରି ଝାରସୁଗୁଡ଼ା ଫେରିଯାଇଛି ଏହି ହେଲିକପ୍ଟର । ତେବେ କାଳବୈଶାଖୀ ପାଇଁ ୧ ଘଣ୍ଟାକାଳ ମଝି ଆକାଶରେ ଚକର କାଟିଲା ଏହି ହେଲିକପ୍ଟର।

ସୂଚନାନୁଯାୟୀ, ଏହି ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳର ମୁଖ୍ୟ ସଚିବ ଭିକେ ପାଣ୍ଡିଆନ ଥିଲେ । ଖ ଡ଼ିଆଳରୁ ସଭା ସାରି ଫେରିବା ବେଳେ ସେମାନେ ଏହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କାଳବୈଶାଖୀ ଯୋଗୁଁ ଦୀର୍ଘ ୧ ଘଣ୍ଟା କାଳ ଏହି ହେଲିକପ୍ଟରଟି ମଝି ଆକାଶରେ ଘୂରି ବୁଲୁଥିଲା । ବର୍ତ୍ତମାନ ଏହା ଝାରସୁଗୁଡ଼ାରେ ଅବତରଣ କରିଛି ।

ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସୁରକ୍ଷିତ ଭାବେ ଅବତରଣ କରିଛି । ପାଗ ବଦଳିବା ପରେ ଝାରସୁଗୁଡ଼ାରୁ ପୁଣି ଭୁବନେଶ୍ୱର ବାହାରିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଏବେ ଭୁବନେଶ୍ୱରରେ ପାଗ ଭଲ ରହିଛି ବୋଲି ଏୟାରପୋର୍ଟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପାଗ ଭଲ ଅଛି, ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇ ପାରିବ ବୋଲି କହିଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ ।

Get real time updates directly on you device, subscribe now.