fbpx
BJD
BJD SKY
BJD SKY

T-20 ବିଶ୍ୱକପରେ ହେବ ଆତଙ୍କୀ ଆକ୍ରମଣ? ପାକିସ୍ତାନରୁ ମିଳୁଛି ଧମକ: ରିପୋର୍ଟ

BJD

ନୂଆଦିଲ୍ଲୀ: ଆଇିପଏଲ ସରିବା ପରେ ଆରମ୍ଭ ହେବ ଟି-୨୦ବିଶ୍ୱକପ ୨୦୨୪ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅନେକ ଦେଶ ନିଜ ଦଳ ଘୋଷଣା କରିସାରିଛନ୍ତି । ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆୟୋଜିତ ହେବାକୁ ଥିବା ଏହି ବଡ଼ ଇଭେଣ୍ଟ ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛିି । କିନ୍ତୁ ଏଠାରେ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଟୁର୍ଣ୍ଣାମେଣ୍ଟକୁ ନେଇ ଏକ ଭୟଙ୍କର ଧମକ । ବିଶ୍ୱକପ ପୂର୍ବରୁ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହେବା ନେଇ ଆଶଙ୍କା କରାଯାଉଛି । ଏହାପରେ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବାକୁ ଥିବା ବିଭିନ୍ନ ଦେଶମାନଙ୍କ ମନରେ ଛନକା ପଶିଛି ।

ରିପୋର୍ଟ ଅନୁସାରେ, ଆସନ୍ତା ଟି-୨୦ ବିଶ୍ୱକପକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଲାଗି ରହିଛି । ତେବେ ହା ଭିତରେ ବିଶ୍ୱକପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି । ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱକପରେ ପ୍ରୋ-ଇସଲାମିକ ଷ୍ଟେଟ ତରଫରୁ ଏହି ଆକ୍ରମଣ ହେବାର ଆଶଙ୍କା ରହିଛି । ଏଥିରେ କୁହାଯାଇଛି ଯେ, ପ୍ରୋ-ଇସଲାମିକ ଷ୍ଟେଟ (ଆଇଏସ) ଖେଳ ଆୟୋଜନ ବିରୋଧରେ ହିଂସାତ୍ମକ ଅଭିଯାନ ଆରମ୍ଭ କରିଛି । ଏଥିରେ ଆଫଗାନିସ୍ତାନ-ପାକିସ୍ତାନ ଶାଖାର ଭିଡିଓ ମେସେଜ ସାମିଲ ରହିଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ପ୍ରୋ-ଇସଲାମିକ ଷ୍ଟେଟ(ଦାଏସ)କୁ’ନାସିର ପାକିସ୍ତାନ’ ମାଧ୍ୟମରେ ଏହି ମିଡିଆ ହସ୍ତଗତ ହୋଇଛି । ଏହା ଇସଲାମିକ ଷ୍ଟେଟ ସମୂହ ସମ୍ବନ୍ଧୀୟ ପ୍ରଚାର କରୁଥିବା ଚ୍ୟାନେଲ ବୋଲି ଜଣାଯାଇଛି । ସେପଟେ କ୍ରିକେଟ ୱେଷ୍ଟଇଣ୍ଡିଜ ସିଇଓ ଜନି ଗ୍ରିବ୍ସ କହିଛନ୍ତି ଯେ, ଆମ ତରଫରୁ ଆୟୋଜକ ଦେଶ ଏବଂ ସହରରେ ଅଧିକାରୀଙ୍କ ସହ ମିଶି କାମ କରୁଛୁ । ଏହାସହିତ କୌଣସି ବିପଦର ଆଶଙ୍କା ଜଣାପଡ଼ିଲେ ଏହା କମ୍ କରିବା ପାଇଁ ଲଗାତାର ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ଗ୍ରିବ୍ସ ।

Get real time updates directly on you device, subscribe now.