fbpx
BSKY
BJD MC SKY
BJD YOUTH SKY

ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କରନ୍ତୁ କିଣାକିଣି, ଚମକି ଉଠିବ ଭାଗ୍ୟ

ଓଡ଼ିଶା ଭାସ୍କର: ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବରେ ପାଳନ କରାଯାଇଥାଏ । ଚଳିତ ବର୍ଷ ମେ’ ୧୦ ତାରିଖରେ ଏହି ପର୍ବ ପାଳନ କରାଯିବ । ଏହିଦିନ କରାଯାଉଥିବା କୌଣସି ବି ଶୁଭ କାର୍ଯ୍ୟ ଅକ୍ଷୟ ଫଳ ଦେଇଥାଏ । ଏହିଦିନ ମା’ ଲକ୍ଷ୍ମୀଙ୍କ ପୂଜା ବି କରାଯାଏ । ଏହିଦିନ ସୁନା ରୂପା କିଣିବା ବହୁତ ଶୁଭ ହୋଇଥାଏ । ମାନ୍ୟତା ରହିଛି ଏହିଦିନ ସୁନା ରୂପା କିଣିବା ଦ୍ୱାରା ଧନ ସଂପଦର ଅଭାବ ରହେ ନାହିଁ ଓ ମା’ ଲକ୍ଷ୍ମୀ ତାଙ୍କ କୃପା ଅଜାଡି ଦେଇଥାନ୍ତି । ଏହି ପବିତ୍ର ଅବସରରେ ରାଶି ଅନୁସାରେ ଆପଣ କ’ଣ କିଣିଲେ ଆପଣଙ୍କ ଭାଗ୍ୟ ଚମକି ଉଠିବ ଆସନ୍ତୁ ଜାଣିବା ।

ମେଷ:ଏହିଦିନ ଆପଣ ଲାଲ ମସୁର ଡାଲି କିଣନ୍ତୁ । କୁହାଯାଏ ଏହା କିଣିବା ଦ୍ୱାରା ଶୁଭ ଫଳ ମିଳିଥାଏ ।
ବୃଷ:ଏହି ରାଶିର ଲୋକମାନେ ଏହିଦିନ ଚାଉଳ ଓ ବାଜରା କିଣନ୍ତୁ । ଏପରି କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ସ୍ଥିରତା ଆସିଥାଏ ।
ମିଥୁନ:ଏହିଦିନ ଏମାନେ ମୁଗ ଓ ଧନିଆ କିଣନ୍ତୁ । ଏପରି କରିବା ଏମାନଙ୍କ ଲାଗି ଶୁଭ ସାବ୍ୟସ୍ତ ହୋଇଥାଏ ।
କର୍କଟ ରାଶି: ଏହି ରାଶିର ଲୋକମାନେ ଏହିଦିନ କ୍ଷୀର ଓ ଚାଉଳ କିଣନ୍ତୁ ।
ସିଂହ:ଏହି ରାଶିର ଜାତକଙ୍କ ଲାଗି ଅକ୍ଷୟ ତୃତୀୟାରେ ଫଳ କିଣିବା ଶୁଭ ହୋଇଥାଏ ।
କନ୍ୟା:ଏହି ରାଶିର ଜାତକ ଅକ୍ଷୟ ତୃତୀୟାରେ ମୁଗ ଡାଲି କିଣିବା ଉଚିତ । ଏହାଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।
ତୁଳା:ଏମାନଙ୍କ ଲାଗି ଚିନି ଓ ଚାଉଳ କିଣିବା ଶୁଭଦାୟକ ହୋଇଥାଏ ।
ବିଛା: ଏମାନେ ଅକ୍ଷୟ ତୃତୀୟାରେ ଗୁଡ କିଣିବା ଉଚିତ ।
ଧନୁ: ଏମାନେ ଚାଉଳ କିମ୍ବା କଦଳୀ କିଣନ୍ତୁ । ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ।
ମକର:ଏମାନେ ହରଡ ଡାଲି କିଣନ୍ତୁ । ଏହା ଏହି ରାଶିର ଜାତକଙ୍କ ଲାଗି ଶୁଭଫଳଦାୟୀ ହୋଇଥାଏ ।
କୁମ୍ଭ: ଏହି ରାଶିର ଲୋକମାନେ ଅକ୍ଷୟ ତୃତୀୟାରେ ରାଶି କିଣିବା ଶୁଭ ହୋଇଥାଏ ।
ମୀନ: ଏହି ରାଶିର ଜାତକଙ୍କ ଲାଗି ହଳଦୀ ଓ ଡାଲି କିଣିବା ଶୁଭ ହୋଇଥାଏ ।

Get real time updates directly on you device, subscribe now.