fbpx
BJD
BJD SKY
BJD SKY

ପୁଞ୍ଚ ଆତଙ୍କବାଦୀ ଆକ୍ରମଣ: ସାମିଲ ଥିବା ୨ ପାକିସ୍ତାନୀ ଆତଙ୍କବାଦୀଙ୍କର ଜାରି ହେଲା ସ୍କେଚ୍‌, ଏହି କଥା ଘୋଷଣା କଲେ ସେନା

BJD

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଭାରତୀୟ ବାୟୁ ସେନାର କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଦୁଇ ଆତଙ୍କବାଦୀଙ୍କର ବର୍ତ୍ତମାନ ସ୍କେଚ୍ ଜାରି କରାଯାଇଛି । ଏମାନଙ୍କର ଯିଏ ଠିକଣା ଦେବ ସେମାନଙ୍କୁ ୨୦ ଲକ୍ଷ ଟଙ୍କାର ଉପହାର ପ୍ରଦାନ କରାଯିବ । ଏଥିସହ ଏହି ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରିବା କାର୍ଯ୍ୟରେ ସୁରକ୍ଷା ବାହିନୀ ଦଳ ନିୟୋଜିତ ଅଛନ୍ତି ।

ଶନିବାର ଦିନ(୪ ମେ) ସଂଧ୍ୟାରେ ପୁଞ୍ଚ ଜିଲ୍ଲାର ଶାହସିତାର ପାଖରେ ଆତଙ୍କବାଦୀମାନେ ଭାରତୀୟ ବାୟୁ ସେନାଙ୍କ କନଭେନ ଉପରେ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣରେ ସେନାର ଜଣେ ଯବାନ ବିକ୍କି ପହାଡେଙ୍କ ଚିକିତ୍ସା ସମୟରେ ସହିଦ ହୋଇଛନ୍ତି ଏବଂ ଚାରିଜଣ ଅନ୍ୟ ସୈନ୍ୟ କର୍ମୀ ଆହତ ହୋଇଛନ୍ତି ।

ଆଡିସନାଲ ଡାୟରେକ୍ଟର ଜେନେରାଲ କହିଛନ୍ତି ଯେ, ୧୬ କୋରର କୋର କମାଣ୍ଡର ଏବଂ ଏଡିଜି ଜାମ୍ମୁ ଜୋନ ଆନନ୍ଦ ଜୈନ ଜିଓସି ରୋମିଓ ଫୋର୍ସ, ଆଇଜିପି ସିଆରପିଏଫ ଏବଂ ଡିଆଇଜି ଆରପି ରେଞ୍ଜ ସହ ସେହି ଅଞ୍ଚଳ ଗସ୍ତ କରିଥିଲେ ଏବଂ ସେ ସର୍ଚ୍ଚ ଅପରେସନର ତଦାରଖ କରିଥିଲେ । ସେ କହିଛନ୍ତି ଯେ, ଏହି ଆକ୍ରମଣ ପରେ ଅନେକ ସନ୍ଦିଗ୍ଧଙ୍କୁ ପଚରାଉଚରା କରିବା ଲାଗି ଉଠାଯାଇଛି ।

Get real time updates directly on you device, subscribe now.