fbpx

ଭିଡ଼ରେ ଆମ୍ବୁଲାନ୍ସ ଫସିବାରୁ ଚାଲିଗଲା ଶିଶୁପୁତ୍ରର ଜୀବନ

ଭୁବନେଶ୍ୱର,୧୧ ।୨(ଓଡିଶା ଭାସ୍କର) : ରାସ୍ତା ଜାମ୍ ପାଇଁ ଚାଲିଗଲା କୋମଳମତି ଶିଶୁପୁତ୍ରର ଜୀବନ । ରାଜଧାନୀ ଭୁବନେଶ୍ୱରେ ଆମ୍ବୁଲାନ୍ସଟି ଭିଡରେ ଫସିବା କାରଣରୁ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୫ ବର୍ଷର ଜଣେ ଶିଶୁପୁତ୍ରର ପ୍ରବଳ ବାନ୍ତି ହେବାରୁ ତାକୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ ପରିବାର ଲୋକେ। ସେଠାର ଶିଶୁପୁତ୍ରର ଅବସ୍ଥା ଗୁରୁତର ହେବାରୁ କଟକ scb କୁ ରେଫର କରିଥିଲେ ଡାକ୍ତର । ଏସସିବି ନନେଇ ପରିବାର ଲୋକେ ପୁଅକୁ ଭୁବନେଶ୍ୱର ପଟିଆରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଉଥିଲେ। ହେଲେ ରଜଭବନ ଛକଠାରୁ ପଟିଆ ଯିବା ରାସ୍ତା ଜାମ୍ ଥିବାରୁଆମ୍ବୁଲାନ୍ସଟି ଆସିପାରି ନ ଥିଲା । ପରିବାରଲୋକେ ଆମ୍ବୁଲାନ୍ସରୁ ଓହ୍ଲାଇ ରାସ୍ତା କ୍ଲିୟର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନ ଥିଲେ। ପ୍ରାୟ ଘଣ୍ଟାଏ ଧରି ଆମ୍ବୁଲାନ୍ସଟି ରାସ୍ତାରେ ଫସି ରହିଥିଲା । ହସ୍ପିଟାଲରେ ପହଞ୍ଚିଲା ବେଳକୁ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ଟ୍ରାଫିକ ଜାମ୍ ସହ ଚିକିତ୍ସା ଅବହେଳା ହୋଇଛି ବୋଲି ଶିଶୁପୁତ୍ରର ବାପା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.