fbpx

ଛୁରୀରେ ଭାଇକୁ ଆକ୍ରମଣ କଲା ୫ ବର୍ଷର ଶିଶୁ, ହସ୍ପିଟାଲରେ ଡାକ୍ତର କଲେ ମୃତ ଘୋଷଣା

ନୂଆଦିଲ୍ଲୀ: ଆମେରିକା କାଲିଫର୍ଣ୍ଣିଆରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏଠାରେ ଏକ ୫ ବର୍ଷର ଶିଶୁ ନିଜ ଭାଇକୁ ହତ୍ୟା କରିଛି । ଆପଣ ଏହା କେବେ ବିଶ୍ୱାସ କରିପାରିବେ କି ଏକ ୫ ବର୍ଷର ଶିଶୁ କାହାର ହତ୍ୟା କରିପାରିବ ବୋଲି । କିନ୍ତୁ ଏହା ସତ । ଏହି ୫ ବର୍ଷର ଶିଶୁ ନିଜ ଭାଇକୁ ଛୁରୀ ଭୁସି ହତ୍ୟା କରିଛି । ଏହି ଘଟଣା ଏବେ ସମସ୍ତଙ୍କ ହୋସ୍ ଉଡାଇଦେଇଛି ।

ମିଳିଥିବା ସୂଚନା ଅନୁସାରେ କାଲିଫର୍ଣ୍ଣିଆରେ ଏକ ୫ ବର୍ଷର ଶିଶୁ ନିଜର ଯମଜ ଭାଇକୁ ଛୁରୀ ଭୁସି ହତ୍ୟା କରିଛି । ସାନ୍ତା କ୍ରୁଜ୍ କାଉଣ୍ଟୀର ସେରିଫ କାର୍ଯ୍ୟାଳୟ ସୂତ୍ର ଅନୁସାରେ ସ୍କଟସ୍ ଭ୍ୟାଲିରେ ଗତ ବୁଧବାର ଏହି ଯମଜ ଭାଇଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏହି ସମୟରେ ଜଣେ ଭାଇ ରୋଷେଇ ଘରେ ବ୍ୟବହାର ହେଉଥିବା ଛୁରୀ ଅନ୍ୟ ଜଣେ ଭାଇର ପେଟରେ ଭୁସି ଦେଇଥିଲା । ଏହାପରେ ପୀଡିତକୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାର ମୃତ୍ୟୁ ଘଟିଥିଲା । ତେବେ ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ଏକ ଶିଶୁ ହୋଇଥିବାରୁ କୌଣସି ଅପରାଧିକ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.