fbpx

Reform, Perform, Transformର ୫ ବର୍ଷ: ଲୋକସଭାରେ କହିଲେ ପ୍ରଧାନମନ୍ତ୍ରୀ

AAKASH

ନୂଆଦିଲ୍ଲୀ: ସାରା ଦେଶରେ ଏବେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଖୁବ ବୃଦ୍ଧି ପାଇଛି । ତେବେ ଆଗାମୀ ନିର୍ବାଚନକୁ ନେଇ ଏବେ ରାଜନୀତି ମାହୋଲ ସରଗରମ ହେଉଥିବା ବେଳେ ମୋଦୀଙ୍କ ବୟାନ ଏବେ ଚର୍ଚ୍ଚାକୁ ଆସିଛି । ଲୋକସଭାରେ ସେ ଗତ ଟର୍ମକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ୫ ବର୍ଷ ଭିତରେ ମୋଦୀ ସରକାର ଦେଶ ପାଇଁ କ’ଣ କରିଛନ୍ତି ତାହାକୁ ଗୋଟିଏ ବାକ୍ୟରେ ବ୍ୟାଖ୍ୟା କରିଛନ୍ତି ମୋଦୀ । ଗତ ୫ ବର୍ଷରେ କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି, ସେ ନେଇ ମୋଦୀ ଲୋକସଭାରେ ବୟାନ ଦେଇଛନ୍ତି ।

ଲୋକସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ୫ ବର୍ଷ ଦେଶର ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ କ୍ଷେତ୍ରରେ ପାଇଁ ଉତ୍ସର୍ଗ ଥିଲା । ଖୁବ କମ୍ ଥର ପ୍ରଦର୍ଶନ ଏବଂ ସୁଧାର ଏକା ସାଙ୍ଗରେ ଦେଖିବାକୁ ମିଳିଥାଏ । ତେବେ ଦେଶରେ ହୋଇଥିବା ପରିବର୍ତ୍ତନ ବର୍ତ୍ତମାନ ସ୍ପଷ୍ଟ ଦେଖାଯାଉଛି । ସପ୍ତଦଶ ଲୋକସଭା ମାଧ୍ୟମରେ ଦେଶ ଏହାକୁ ଅନୁଭବ କରୁଛି ଏବଂ ଭାରତ ଏହି ଲୋକସଭାକୁ ଆଶୀର୍ବାଦ କରିବା ଜାରି ରଖିବ ବୋଲି ଦୃଢ ବିଶ୍ୱାସ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗତ ୫ ବର୍ଷ ଭାରତ ପାଇଁ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ଉପରେ ସରକାର ଗୁରୁତ୍ୱ ଦେଇଥିବା ନିଜ ଭାଷଣରେ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦୀ ଏହାପରେ କହିଛନ୍ତି ଯେ, ଦେଶରେ ଗଢି ଉଠିଥିବା ନୂଆ ସଂସଦ ଭବନର ଏହି ବିଲ୍ଡିଂରେ ଐତିହ୍ୟର ଏକ ଅଂଶ ଏବଂ ସ୍ୱାଧୀନତାର ପ୍ରଥମ ମୁହୂର୍ତ୍ତକୁ ଜୀବନ୍ତ ରଖିବା ସହ ସେଙ୍ଗୋଲ ପ୍ରତିଷ୍ଠା କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଜାମ୍ମୁ କାଶ୍ମୀରର ଲୋକମାନେ ସାମାଜିକ ନ୍ୟାୟରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସାମାଜିକ ନ୍ୟାୟ ପ୍ରତି ଆମର ପ୍ରତିବଦ୍ଧତା ଅନୁଯାୟୀ ଜାମ୍ମୁ କାଶ୍ମୀରବାସୀଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରାଯାଇଛି।

Get real time updates directly on you device, subscribe now.