fbpx
BSKY
BJD YOUTH SKY
BJD MS SKY

ବସନ୍ତ ପଞ୍ଚମୀରେ ହଳଦୀ ରଙ୍ଗର ପୋଷାକ ପିନ୍ଧିବା ହୋଇଥାଏ ଶୁଭ, ଏହାର ବୈଜ୍ଞାନିକ କାରଣ ବି ରହିଛି

ଓଡ଼ିଶା ଭାସ୍କର: ସାରା ଦେଶରେ ଫେବୃୟାରୀ ୧୪ରେ ବସନ୍ତ ପଞ୍ଚମୀ ଅର୍ଥାତ୍ ସରସ୍ୱତୀ ପୂଜା ପାଳନ କରାଯିବ । ଏହି ପର୍ବ ପ୍ରତିବର୍ଷ ମାଘ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଡିଥାଏ । ଏହିଦିନ ସ୍କୁଲରେ ଓ ଘରେ ମା’ ସରସ୍ୱତୀଙ୍କ ପୂଜା କରାଯାଇଥାଏ । ଏହିଦିନ ଲୋକମାନେ ଜ୍ଞାନ, କଳା ଓ ସଙ୍ଗୀତର ଦେବୀଙ୍କ ପୂଜା କରିଥାନ୍ତି ଓ ତାଙ୍କ ପାଇଁ ଉପବାସ ବ୍ରତ ରଖିଥାନ୍ତି । ଏହି ବିଶେଷ ଦିନରେ ଲୋକମାନେ ହଳଦୀ ରଙ୍ଗର ପୋଷାକ ପିନ୍ଧିଥାନ୍ତି ।

ଧାର୍ମିକ ମାନ୍ୟତା ଅନୁସାରେ ହଳଦୀ ରଙ୍ଗ ବହୁତ ଶୁଭ ଅଟେ । ଏହା ଶକ୍ତି ଓ ସମୃଦ୍ଧିର ପ୍ରତୀକ । ଏହିଦିନ ଠାରୁ ଥଣ୍ଡା କମ୍ ହୋଇଯାଏ ଓ ବସନ୍ତ ଋତୁର ଆଗମନ ହୋଇଥାଏ । ଏହିଦିନ ହଳଦୀ ରଙ୍ଗର କପଡା ପିନ୍ଧିବା ଦ୍ୱାରା କୁଣ୍ଡଳୀରେ ବୃହସ୍ପତିଙ୍କ ସ୍ଥିତି ମଜଭୁତ ହୋଇଥାଏ । ମା’ ସରସ୍ୱତୀଙ୍କୁ ହଳଦୀ ରଙ୍ଗର ଚାଉଳ ବହୁତ ପସନ୍ଦ । ଏହିଦିନ ହଳଦୀ ରଙ୍ଗର ପୋଷାକ ପିନ୍ଧି ମା’ଙ୍କ ପୂଜା କରନ୍ତୁ ଓ ମିଠା ହଳଦୀ ଭାତ ପ୍ରସ୍ତୁତ କରି ମା’ଙ୍କୁ ଭୋଗ ଲଗାନ୍ତୁ । ମା’ଙ୍କ ପୂଜାରେ ହଳଦିଆ ଚାଉଳ ଚଢାନ୍ତୁ । ଏହାପରେ ପ୍ରସାଦ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ ।

ବୈଜ୍ଞାନିକ ଦୃଷ୍ଟିକୋଣରୁ ହଳଦୀ ଏକ ମହତ୍ତ୍ୱପୂର୍ଣ୍ଣ ରଙ୍ଗ । ଏହା ଆମର ମସ୍ତିଷ୍କକୁ ମଜଭୁତ ରଖିଥାଏ ଓ ଆମ ମନକୁ ଆନନ୍ଦ ଦେଇଥାଏ । ଯେତେବେଳେ ଆମେ ହଳଦୀ ରଙ୍ଗ ଦେଖିଥାଉ ସେତେବେଳେ ଆମ ଶରୀରରୁ ସେରୋଟୋନିନ୍ ନାମକ ହରମୋନ୍ ନିର୍ଗତ ହୋଇଥାଏ ଯାହା ଆମକୁ ଚାପମୁକ୍ତ ହେବାରେ ସହାୟକ ହୋଇଥାଏ । ହଳଦୀ ରଙ୍ଗ ଆମକୁ ଅଧିକ ଉତ୍ସାହିତ କରାଇଥାଏ ଓ ଆମ ମସ୍ତିଷ୍କକୁ ଭଲ କାମ କରିବା ପାଇଁ ପ୍ରେରିତ କରିଥାଏ । ହଳଦୀ ଫଳ ଓ ପନିପରିବା ବି ଆମକୁ ବହୁ ରୋଗରୁ ସୁରକ୍ଷା ଦେଇଥାଏ ।

Get real time updates directly on you device, subscribe now.