fbpx

ଶୋଇଥିବା ବେଳେ ହଠାତ ହେଲା ଭୂସ୍ଖଳନ: କିଛି ଭାବିବା ଆଗରୁ, ଚାଲିଗଲା ଶହଶହ ନିରୀହ ଲୋକଙ୍କ ଜୀବନ

AAKASH

ନୂଆଦିଲ୍ଲୀ: ପପୁଆ ନ୍ୟୁ ଗିନିର କାଓକାମ ଗ୍ରାମ ଓ ଆଖପାଖ ଗାଁ ଗୁଡିକରେ ଆଜି ସକାଳୁ ଘଟିଛି ବଡ ଧରଣର ଅଘଟଣ । ଏହା ନ୍ୟୁ ଗିନିର ରାଜଧାନୀ ଠାରୁ ୫ରୁ ୬ କିଲେମିଟର ଦୂର ହେବ । ଘଟଣାଟି ଭୋର ୩ଟା ପରେ ହୋଇଥିଲା । ସେଠାକାର ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, କେବଳ କାଓକାଲାମ ଗ୍ରାମ ନୁହେଁ । ସେଠାରେ ଥିବା ଅନ୍ୟ ଗ୍ରାମଗୁଡିକରେ ମଧ୍ୟ ଭୁସ୍ଖଳନ ଯୋଗୁଁ ବଡ କ୍ଷତି ଘଟିଛି । ଏହି ଭୂସ୍ଖଳନଟି ପପୁଆ ନ୍ୟୁ ଗିନିର ପାହାଡିଆ ଅଞ୍ଚଳମାନଙ୍କରେ ଦେଖାଦେଇଛି । ଏଥିରେ ଶହ ଶହ ନିରୀହ ଲୋକମାନଙ୍କର ପ୍ରାଣହାନୀ ଘଟିଥିବାବେଳେ ବହୁତ ଲୋକମାନଙ୍କର ନିଖୋଜ ରହିଛନ୍ତି ।

ଯାହାଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ । ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଅନେକ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଦେଖିବାକୁ ମିଳିଛି । ଏନେଇ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମସ ମାରାପେ କହିଛନ୍ତି ଯେ, ବିଭିନ୍ନ ଉଦ୍ଧାରକାରୀ ବିଭାଗ ଏହି ଭୟଙକର ପରିସ୍ଥିତି ଭିତରୁ ଉଦ୍ଧାର କାର୍ଯ୍ୟର ଉଦ୍ୟମ ଚଳାଇଛନ୍ତି ।

Get real time updates directly on you device, subscribe now.