fbpx

(Video) ବଦଳିପାରେ ବାତ୍ୟା ‘ରେମାଲ’ର ଲ୍ୟାଣ୍ଡଫଲ ଗତିପଥ; ସୁନ୍ଦରବନରୁ ଆରମ୍ଭ କରି ଓଡ଼ିଶାର ସମୁଦ୍ରତଟରେ ହୋଇପାରେ ଲ୍ୟାଣ୍ଡଫଲ!

AAKASH

ଭୁବନେଶ୍ୱର: ତାରିଖ ଗଡିବା ସହ ବାତ୍ୟାର ପ୍ରଭାବ କେମିତି ରହିବ ସେ ନେଇ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି । ଓଡିଶାରେ ବି ବାତ୍ୟାର ପ୍ରଭାବ ପଡିବ ବୋଲି କୁହାଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡିଶାରେ ହେବ ପ୍ରବଳ ବର୍ଷା । ଏମିତି ବର୍ଷା ହେବଯେ, ଘରୁ ବି ବାହାରି ହେବନି । ଏନେଇ ପାଣିପ୍ଧଜ୍ଞ କେନ୍ଦ୍ର ନିର୍ଦେଶିକା ମନୋରମା ମାହାନ୍ତି କହିଛନ୍ତି କି, ୨୫ରେ ଉପକୂଳ ଓଡିଶାରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ସମ୍ଭାବନା ବି ରହିଛି ।

ସେହିପରି ୨୬ରେ ଭଦ୍ରକ, ବାଲେଶ୍ୱରରେ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେପଟେ ଓଡିଶାର ୪ଟି ଜିଲ୍ଲା, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର ଓ ମୟୁରଭଂଜରେ ସ୍ଥିତି ସାଂଘାତିକ ହେବା ନେଇ ସମ୍ଭାବନା ଥିବାରୁ ସମସ୍ତ ପରିସ୍ଥିତିର ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଏସଆରସି ୪ଟି ଜିଲ୍ଲାର ଜିଲ୍ଲାପାଳକଙ୍କୁ ନିର୍ଦେଶ ଦେଇଛନ୍ତି । ସେପଟେ ପାଣିପାଗ ବିଭାଗ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ଭାରି ମାତ୍ରାରେ ବର୍ଷା ନେଇ ଆଲର୍ଟ ଜାରି କରିଛି । ମେ ୨୬ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହୋଇ ପଡୋଶୀ ଦେଶ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ମାଡ ହୋଇପାରେ ।

ତେବେ ବର୍ତମାନ ଯାଏଁ ଲ୍ୟାଣ୍ଡଫଲ ନେଇ ଅଫିସିଆଲ ଭାବେ କିଛି ସୂଚନା ପ୍ରଦାନ କରାଯାଇନାହିଁ, । ହେଲେ ଦୁନିଆର ବିଭିନ୍ନ ଅନ୍ତରାଷ୍ଟ୍ରୀୟ ପାଣିପାଗ ମଡେଲର ଦାବି ହିସାବରେ ରବିବାର ବାତ୍ୟା ରେମାଲ ଲ୍ୟାଣ୍ଡଫଲ କରିପାରେ । ପ୍ରାଥମିକ ଭାବେ ଏହି ଝଡ ବାଂଲାଦେଶରେ ଲ୍ୟାାଣ୍ଡଫଲ କରୁଥିବା ଜଣାପଡୁଛି ବୋଲି କୁହାଯାଉଛି, କିନ୍ତୁ ଏହା କେତେବେଳେ ବି ଲ୍ୟାଣ୍ଡଫଲ କରିପାରେ । ବାଂଲାଦେଶର ସୁନ୍ଦରବନ ଠାରୁ ଆରମ୍ଭ କରି ଓଡିଶାର ସମୁଦ୍ର ତଟରେ କୋଉଠି ବି ହୋଇପାରେ ଲ୍ୟାଣ୍ଡଫଲ ।

 

Get real time updates directly on you device, subscribe now.