fbpx

୧୦ମ ପାସ୍‌ କରିଥିଲେ ମିଳିବ Railway ଚାକିରୀ: ଆଜି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ୧୦ମ ପାସ୍‌ କରି ସରକାରୀ ଚାକିରୀ ଆଶା ରଖିଥିବା ବ୍ୟକ୍ତିଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ତେବେ ଏହି ଏହି ସୁଯୋଗ କେବଳ ଆଜି ପାଇଁ ସୀମିତ ଅଛି, କାରଣ ଆଜି ହେଉଛି ଆବେଦନର ଶେଷ ତାରିଖ। ଯଦି ଆପଣ ଏହି ସୁଯୋଗ ହାତ ଛଡା ନ କରିବାକୁ ଚାହୁଁଛନ୍ତି, ତାହେଲେ ତୁରନ୍ତ ସମସ୍ତ ତଥ୍ୟ ଜାଣି ଆବେଦନ କରିବାକୁ ଚେଷ୍ଟା କରନ୍ତୁ।

ସୂଚନା ଥାଉକି, ନିକଟରେ ଉତ୍ତର ପଶ୍ଚିମ ରେଲୱେ(NWR) ଦ୍ୱାରା ଅପରେଣ୍ଟିସ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ସବୁଦାୟ ୧୬୪୬ଟି ଖାଲି ପଦବୀ ରହିଛି। ତେବେ ଏହି ନିଯୁକ୍ତି ପାଇଁ ଜାନୁଆରୀ ୧୦ରୁ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଫେବୃଆରୀ ୧୦ ଅର୍ଥାତ୍‌ ଆଜି ଏହାର ଶେଷ ତାରିଖ। ଆବେଦନର ଶେଷ ତାରିଖ ପରେ ୱେବସାଇଟରୁ ଆବେଦନର ଲିଙ୍କ୍‌ ହଟିଯିବ। ତେଣୁ ଶୀଘ୍ର ୱେବସାଇଟ୍‌ ଭିଜିଟ୍‌ କରି ଆବେଦନ କରନ୍ତୁ।

କେମିତି କରିବେ ଆବେଦନ:-
ଆବେଦନ କରିବା ପାଇଁ ରେଲୱେର ଅଫିସିଆଲ ୱେବସାଇଟ rrcjapur.in କୁ ଭିଜିଟ୍‌ କରି ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ସାଧାରଣ ବର୍ଗଙ୍କୁ ମାତ୍ର ୧୦୦ଟଙ୍କା ଦେବାକୁ ପଡୁଥିବାବେଳେ ଅନ୍ୟ ବର୍ଗର ପ୍ରାର୍ଥୀ ମାଗଣାରେ ଆବେଦନ କରିପାରିବେ।

ଆବେଦନ ପାଇଁ ଯୋଗ୍ୟତା:-
ଏକ ସୀକୃତିପ୍ରାପ୍ତ ବୋର୍ଡରେ ଅତିକମ୍‌ରେ ୫୦ପ୍ରତିଶତ ରଖିଥିବା ଆବଶ୍ୟକ। ନ୍ୟାଶନାଲ କାଉନସେଲିଂ ଫର ଭୋକସେନାଲ ଟ୍ରେନିଂ, ଷ୍ଟେଟ କାଉନସିଲର ପ୍ରମାଣପତ୍ର ଥିବା ଆବଶ୍ୟକ। ଏଥିପାଇଁ ସର୍ବାଧିକ ବୟସ ସୀମା ୨୪ ରହିଛି।

Get real time updates directly on you device, subscribe now.