fbpx
BSKY SKY
BSKY SKY

(Video) ଭୟଙ୍କର ଦୁର୍ଘଟଣା! ଚଳନ୍ତା ଟ୍ରେନ ଆଗକୁ ମାଡି ଆସିଲା ଟ୍ରକ ଆଉ ଡ୍ରାଇଭର… ୫ ମିନିଟରେ ଏମିତି କିଛି ଘଟିଗଲା

BSKY

ଓଡ଼ିଶା ଭାସ୍କର: ଦିନକୁ ଦିନ ଟ୍ରେନ ଦୁର୍ଘଟଣା ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଟ୍ରେନ ଦୁର୍ଘଟଣା ମାମଲା ଦେଖିବାକୁ ମିଳିଛି । ବର୍ତ୍ତମାନ ଏଭଳି ଏକ ଛାତି ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଏକ ଦଶ ଚକିଆ ଟ୍ରକ ଏବଂ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ହୋଇଥିବା ଦେଖାଯାଇଛି । ଦେଖୁ ଦେଖୁ ଟ୍ରକ ଉପରେ ମାଡିଗଲା ଟ୍ରେନ୍ । ଆଉ ଟ୍ରାକ୍ ଉପରେ ହିଁ ସବୁ କିଛି ଛିନଛତର ହୋଇପଡିଲା । ୫ ମିନିଟ ଭିତରେ ଘଟିଯାଇଛି ଏକ ଭୟାନକ ଦୁର୍ଘଟଣା ।

ସୂଚନା ଅନୁସାରେ, ସୁନ୍ଦରଗଡ ଜିଲ୍ଲା ଧରୁଆ ଡିହୀ ଥାନା ଅନ୍ତର୍ଗତ କୁଆଁରମାଲ ଫାଟକ ଠାରେ ଦକ୍ଷିଣ ପୂର୍ବ ରେଳପଥରେ ଏକ ମାଲବାହୀ ଟ୍ରେନ ଧକ୍କା ଫଳରେ ଏକ ଦଶଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଧୂତୁରାସ୍ଥିତ ଏକ ଘରୋଇ ସିମେଣ୍ଟ କାରଖାନାରୁ ରାଜଗାଙ୍ଗପୁର ଅଭିମୁଖେ ଏକ ଦଶଚକିଆ ଟ୍ରକ ସଂଖ୍ୟା କୁଆଁରମାଲ ଫାଟକ ଅତିକ୍ରମ କରୁଥିଲା ।

ଏହି ସମୟରେ ହଠାତ ଟ୍ରକର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରେଳଧାରାନାରେ ଏହା ଅଟକି ପଡ଼ିଥିଲା ଡ୍ରାଇଭର ସାହିଲ ଖାନ ଓ ସହଯୋଗୀ ରଇସ ଅନସାରୀ ଅନ୍ୟ ଗାଡ଼ି ରୁ ସାହାଯ୍ୟ ମାଗିବାକୁ ଉଦ୍ୟମ କରିଥିଲେ । ମାତ୍ର ହଠାତ ଏହି ସମୟରେ ଏକ ମାଲବାହୀ ଟ୍ରେନ ପହଞ୍ଚି ଟ୍ରକ କୁ ଧକ୍କା ଦେଇଥିଲା । ସୌଭାଗ୍ୟକୁ ଏହି ସମୟରେ ଟ୍ରକ ଡ୍ରାଇଭର ଓ ସହଯୋଗୀ ଟ୍ରକରେ ଉପସ୍ଥିତ ନ ଥିଲେ । ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ସଙ୍ଗେ ସଙ୍ଗେ ମାଲବାହୀ ଟ୍ରେନ ଓ ରେଳଧାରଣାର କୌଣସି କ୍ଷତି ହୋଇ ନ ଥିଲା ।

Get real time updates directly on you device, subscribe now.