fbpx
BSKY SKY
BSKY SKY

‘କଚ୍ଚା ବାଦାମ ଗାର୍ଲ’ ରୁ ଏବେ ‘ମାତା ସୀତା’: ରାମାୟଣରେ ନଜର ଆସିବେ ଟିକଟକ କୁଇନ୍ ଅଞ୍ଜଳି

BSKY

ଓଡ଼ିଶା ଭାସ୍କର: ‘କଚ୍ଚା ବାଦାମ’ରୁ ମିଳିଥିବା ପରିଚୟ ଏବେ ସାଜିଛି ଅସ୍ତ୍ର । ନିଜର ଏହି ଭିଡିଓ ପାଇଁ ସବୁଆଡ଼େ ଟ୍ରୋଲ ହୋଇଥିବା ଅଞ୍ଜଳି ଏବେ ଜୀବନର ସେକେଣ୍ଡ ଚାପ୍ଟରକୁ ପାଦ ବଢାଉଛନ୍ତି । ସିଡକ୍ଟିଭ ଭିଡିଓ ପାଇଁ ଲୋକେ ତାଙ୍କୁ ଟ୍ରୋଲ କରୁଥିବା ବେଳେ ବର୍ତ୍ତମାନ ରାମାୟାଣରେ ତାଙ୍କୁ ମିଳିଛି ବଡ଼ ଚରିତ୍ର । ରାମାୟଣରେ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ ଟିକଟକ କୁଇନ୍ ଅଞ୍ଜଳି ଆରୋରା । କିଛି ଦିନ ଭିତରେ ଇନଷ୍ଟାଗ୍ରାମରେ ‘କଚ୍ଚା ବାଦାମ’ ଗୀତରେ ଖୁବ ଲୋକପ୍ରିୟ ହୋଇଛନ୍ତି ଅଞ୍ଜଳି ଆରୋରା ।

ଏବେ ପୁଣି ଚର୍ଚାକୁ ଆସିଛନ୍ତି କଚ୍ଚା ବାଦାମ ଗାର୍ଲ ଅଂଜଳି ଆରୋରା । ଏବେ ସେ ବେଶ ଖୁସି ଥିବା ବେଲେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ବି ଖୁସି ଖବର ଅଛି । କାରଣ ଏନଫ୍ଲୁଏନ୍ସରରୁ ହିରୋଇନ ହେବାକୁ ଚାହାନ୍ତି ଅଂଜଳୀ । ତାଙ୍କର ପ୍ରଥମ ଫିଲ୍ମ ଭଗବାନ ରାମଙ୍କ ଜୀବନୀ ଉପରେ ଆଧାରିତ ବୋଲି ଜଣାପଡିଛି । ଏକ ଇଣ୍ଟରଭ୍ୟୁରେ ସେ ନିଜ ଫିଲ୍ମକୁ ନେଇ ଆଲୋଚନା କରିଥିଲେ । ଆଉ କହିଥିଲେ କି ତାଙ୍କୁ ଶ୍ରୀ ରାମାୟଣ କଥା ରେ ମାତା ସୀତାଙ୍କ ରୋଲ ପାଇଁ ଅଫର ମିଳିଛି । ଆଉ ଏହାର ଡାଇରେକ୍ଟର ହେଉଛନ୍ତି ଅଭିଷେକ ସିଂ । ତାଙ୍କ ହିସାବରେ ଏହା ଏକ ଏମିତି ରୋଲ ଯାହାକୁ କେହି ବି ମନା କରିପାରିବେ ନାହିଁ କରିବାକୁ । ମୁଁ ଜାଣିନି କି ସେ ମୋ ଭିତରେ କଣ ଦେଖିଲେ, ଯେଉଁଥିପାଇଁ ଅଫର ପାଇଛି । କିନ୍ତୁ ମୁଁ ବହୁତ ଖୁସି । ତଥାପି ଟିକିଏ ଭୟ ଲାଗୁଛି । ହେଲେ ବିଶ୍ୱାସର ସହ ମୁଁ କହୁଛି କି, ନିକ କ୍ୟାରେକ୍ଟର କୁ ବେଷ୍ଟ ଦେବାକୁ ଚେଷ୍ଟା କରିବି । ନିଜକୁ ଭାଗ୍ୟବାନ ମନେ କରୁଛି କି, ମୋତେ ମାତା ସୀତାଙ୍କ ରୋଲ ପାଇଁ ଚୟନ କରାଯାଇଛି । ମେକର୍ସ ନିହାତି ଭାବେ ମୋ ଭିତରେ କିଛି ଦେଖିଥିବେ । ତେବେ ନିଜ ରୋଲକୁ ସଠିକ ଭାବରେ କରିବା ପାଇଁ ଏବେ ବହି ପଢୁଛି ।

ତେବେ କହିରଖିବୁ କି, ଅଞ୍ଜଳି ସବୁବେଳେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଥାଆନ୍ତି । ଟ୍ରୋଲିଂ କୁ ନେଇ ସେ କହିଛନ୍ତି କି, ମୁଁ ଲୋକଙ୍କ ଭାବନାକୁ ବଦଳାଇପାରିବିନି । ଜଣେ ଆକ୍ଟର ଭାବେ ମୋତେ ଯାହା କରିବାକୁ ମିଳିବ, ମୁଁ କରିବି । ହୃଦୟରୁ କରିବି । କିନ୍ତୁ ସେମାନହ୍କୁ ମୁଁ ରୋକିପାରିବି ନାହିଁ । ସେମାନଙ୍କୁ କ୍ରିଟିସାଇଜ କରିବାର ହକ୍ ଅଛି । ମୋ ସୋସିଆଲ ମିଡିଆ ଇମେଜର ଆକ୍ଟିଂ ସହ କିଚି ସଂପର୍କ ନାହିଁ ।

Get real time updates directly on you device, subscribe now.