fbpx
BSKY SKY
BSKY SKY

(Video) ଅଚାନକ ୩୦୦୦ ଟଙ୍କା କମିଗଲା ସୁନା ଦର! ଅକ୍ଷୟ ତୃତୀୟା ପାଇଁ ଗହଣା ଦୋକାନରେ ଗହଳି

BSKY

ଓଡ଼ିଶା ଭାସ୍କର: ସୁନା କିଣିବାକୁ ଯୋଜନା ରଖୁଥିବା ଗ୍ରାହକଙ୍କ ପାଇଁ ରହିଛି ଖୁସି ଖବର । କାରଣ ସୁନା ମୂଲ୍ୟରେ ଲଗାତାର ଭାବେ ହ୍ରାସ ପରିଲକ୍ଷିତ ହେଉଛି । ବର୍ତ୍ତମାନ ସୁନା ୧୦ ଗ୍ରାମ ପିଛା ଆଉ ୩ ହଜାର ଟଙ୍କା ଶସ୍ତା ହୋଇଛି । ଅକ୍ଷୟ ତୃତୀୟା ପୂର୍ବରୁ ସୁନା କମୁଥିବା ରେକର୍ଡ କରାଯାଇଛି । ଇରାନ ଓ ଇସ୍ରାଏଲରେ ଯୁଦ୍ଧ ଆରମ୍ଭ ହେବା ପରେ ସୁନା ଦର ଅଚାନକ ଆକାଶ ଛୁଆଁ ହୋଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ସୁନା ଦାମରେ ହ୍ରାସ ହେଉଥିବା ଜଣାପଡିଛି । ତେଣୁ ବିଭିନ୍ନ ଗହଣା କିଣିବା ପାଇଁ ସୁନା ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ଗତ ସପ୍ତାହରେ ସୁନା ଦାମ୍ ପ୍ରାୟ ୮୦୦ ଟଙ୍କା ହ୍ରାସ ହୋଇଥିବା ରେକର୍ଡ କରାଯାଇଥିଲା । ଏହାପରେ ଏବେ ଏହା ହ୍ରାସ ପାଇ ୧୦ ଗ୍ରାମ ପିଛା ୭୦ ହଜାର ୬୭୭ ଟଙ୍କାରେ ପହଞ୍ଚିଛି । ଗତ ଏପ୍ରିଲ ମାସ ପ୍ରାରମ୍ଭରେ ଏହାର ଦାମ ୧୦ ଗ୍ରାମ ପିଛା ଥିଲା ୭୩ ହଜାର ୯୫୮ ଟଙ୍କା ଛୁଇଁବା ସହ ରେକର୍ଡ କରିଥିଲା । ତେବେ ବର୍ତ୍ତମାନ ସୁନା ରେଟରେ ହ୍ରାସ ଉପରେ ଯଦି ନଜର ପକାଇବା ତେବେ ଏବେ ଯାଏଁ ସେ ଲେବୁଲରୁ ୩ ହଜାର ୨୮୧ ଟଙ୍କା ଶସ୍ତା ହୋଇଛି ।

ଋଷ-ୟୁକ୍ରେନ, ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସୁନା ଦାମରେ ବୃଦ୍ଧି, ହ୍ରାସ ପରିଲକ୍ଷିତ ହୋଇଥିଲା । ହେଲେ ଏବେ ଏଥିରୁ ଆଶସ୍ତି ପାଇଛନ୍ତି ଗ୍ରାହକ । ଖାଲି ଦେଶରେ ନୁହେଁ ବରଂ ବୈଷୟିକ ସ୍ତରରେ ବି ସୁନା ଦରରେ ହ୍ରାସ ହୋଇଥିବା ଜଣାପଡିଛି । ଗତ ଶୁକ୍ରବାର ଏହା ଡଲାର ପ୍ରତି ଆଉନ୍ସ ପିଛା ୨୩୦୧ରେ ପହଂଚିଥିଲା । ତେବେ କହିରଖିବୁ କି, ୧ ଆଉନ୍ସ ହେଉଛି ୨୮ ଗ୍ରାମ ।

ଖାସ କଥା ହେଉଛି କି, ସୁନା ଦର ଏମିତି ସମୟରେ ହ୍ରାସ ହୋଇଛି, ଯେତେବଳେ ପରବର୍ତୀ କିଛି ଦିନରେ ଦେଶରେ ଅକ୍ଷୟ ତୃତୀୟା ସେଲିବ୍ରେଟ କରିବାକୁ ଯାଉଛନ୍ତି । ୧୦ ମେ ରେ ହେଉଛି ଅକ୍ଷୟ ତୃତୀୟା ଏବଂ ଏହିଦିନ ସୁନା କିଣିବାର ଖାସ ମହତ୍ୱ ରହିଛି । ଏମିତିରେ ଅକ୍ଷୟ ତୃତୀୟାରେ ସୁନା କିଣିବା ଶୁଭ ବୋଲି ମଧ୍ୟ କୁହାଯାଏ ।

Get real time updates directly on you device, subscribe now.