fbpx
BSKY
BJD YOUTH SKY
BJD MS SKY

‘୧୩ ବର୍ଷରେ ପ୍ରଥମ ଥର…’ ବିରାଟ କୋହଲିଙ୍କୁ ନେଇ RCBର ପୋଷ୍ଟ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ୩ଟି ଟେଷ୍ଟ ମ୍ୟାଚ ପାଇଁ ଦଳ ଗୋଷଣା କରିଛି ଭାରତୀୟ କ୍ରିକେଟ ବୋର୍ଡ । ଏହି ଦଳରେ ମଧ୍ୟ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ବାଦ୍ ପଡ଼ିଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଥମ ୨ଟି ଟେଷ୍ଟରୁ ନାମ ଫେରାଇନେବା ପରେ ଶେଷ ୩ଟି ଟେଷ୍ଟରେ ମଧ୍ୟସେ ଅନୁପସ୍ଥିତ ରହିଛନ୍ତି । ତେବେ ବିସିସିଆଇର ଏହି ଘୋଷଣା ପରେ ବିରାଟଙ୍କ ଆଇପିଏଲ ଟିମ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଆରସିବିର ଏହି ପୋଷ୍ଟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଇଂଲଣ୍ଡ ବିପକ୍ଷ ଶେଷ ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳରେ ବିରାଟ କୋହଲିଙ୍କ ନାଁ ସାମିଲ ନାହିଁ । ବ୍ୟକ୍ତିଗତ କାରଣ ଯୋଗୁଁ ଶେଷ ୩ଟି ମ୍ୟାଚରେ ମଧ୍ୟ କୋହଲି ଚୟନ ପାଇଁ ଉପଲବ୍ଧ ରହିବେ ନାହିଁ ବୋଲି କହିଛି ବିସିସିଆଇ । ତେଣୁ ବୋର୍ଡ କୋହଲିଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରୁଛି ବୋଲି କୁହାଯାଇଛି । ତେବେ ବିସିସିଆଇର ଏହି ପୋଷ୍ଟ ପରେ ଆରସିବି ଏକ ପୋଷ୍ଟ କରିଛି । ଏହି ପୋଷ୍ଟରେ ଆରସିବି କହିଛି ଯେ, ୧୩ ବର୍ଷରେ ପ୍ରଥମ ଥର ଟିମ ଇଣ୍ଡିଆ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ବିନା କୌଣସି ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ପ୍ରଥମ ଥର ପାଇଁ କୋହଲି ଦଳର କୌଣସି ଟେଷ୍ଟ ସିରିଜରେ ସମ୍ପୂର୍ଣ୍ଣ ଭାବରେ ଗାଏବ ରହିଛନ୍ତି । ଅର୍ଥାତ୍ ବିରାଟ ଗତ ୧୩ ବର୍ଷ ମଧ୍ୟରେ କୌଣସି ଟେଷ୍ଟ ସିରିଜରୁ ବାଦ୍ ପଡ଼ିନାହାନ୍ତି ।

ଆରସିବି ଏହି ପୋଷ୍ଟରେ ଲେଖିଛି ଯେ, ଗତ ୧୩ ବର୍ଷରେ ବିରାଟ କୋହଲିଙ୍କ ବିନା ପ୍ରଥମ ଟେଷ୍ଟ ସିରିଜ । ଦେଶ ତୁମ ସହ ରହିଛି ଏବଂ ଯେବେ ବି ବିରାଟ ଫେରିବାକୁ ପ୍ରସ୍ତୁତ ହେବେ, ତାଙ୍କ ସ୍ଥାନ ସୁରକ୍ଷିତ ରହିଛି । ତେବେ ବିରାଟ ଏହି ସିରିଜରୁ ଓହରିବା ନେଇ ବିସିସିଆଇ ନିକଟରେ ସୂଚନା ରହିଥିଲା । କିନ୍ତୁ ଧର୍ମଶାଳାରେ ଖେଳାଯିବାକୁ ଥିବା ଶେଷ ଟେଷ୍ଟ ମ୍ୟାଚ ପାଇଁ କୋହଲି ଉପଲବ୍ଧ ହେଉଛନ୍ତି କି ନାହିଁ, ସେ ସମ୍ପର୍କରେ ବୋର୍ଡ ସ୍ପଷ୍ଟ ହେବାକୁ ଚାହୁଁଥିଲା ବୋଲି ଏକ ବିଶେଷ ସୂତ୍ରରୁ ଖବର ମିଳିଛି ।

ଶେଷ ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଜଶପ୍ରୀତ ବୁମରାହ(ଉପ-ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, କେ.ଏଲ ରାହୁଲ, ରଜତ ପାଟିଦାର, ସରଫରାଜ ଖାନ୍, ଧ୍ରୁବ ଜୁରେଲ, କେ.ଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଆକାଶ ଦୀପ ।

Get real time updates directly on you device, subscribe now.