fbpx

ଖୁସିଖବର ! ପୋଷ୍ଟ ଅଫିସର ଏହି ସ୍କିମରେ ନିବେଶ କଲେ ମିଳିବ ୫୦ ଲକ୍ଷ, ଜାଣନ୍ତୁ ଇନ୍ସୁରାନ୍ସର ସୁବିଧା

ଆଜିକାଲି ଲୋକମାନେ ପୋଷ୍ଟାଲରେ ନିବେଶ କରିବାକୁ ସବୁଠାରୁ ସୁରକ୍ଷିତ ଭାବୁଛନ୍ତି । ଏହାରି ମଧ୍ୟରେ ପୋଷ୍ଟ ଅଫିସରେ ଟଙ୍କା ଲଗାଉଥିବା ଲୋକଙ୍କ ପାଇଁ ବଡ ଖୁସି ଖବର । ଏବେ ଆପଣଙ୍କ ପାଖରେ ୫୦ ଲକ୍ଷ ଟଙ୍କା ପାଇବାର ରହିଛି ବଢ଼ିଆ ମଉକା । ଆଜ୍ଞା ହଁ, ସରକାରଙ୍କ ତରଫରୁ ଅନେକ ସୁବିଧା ଦିଆଯାଉଛି । ଯାହାର ଫାଇଦା ଲୋକମାନେ ନିଶ୍ଚୟ ନେବା ଉଚିତ । ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା କେମିତି ଆପଣ ପାଇବେ ୫୦ ଲକ୍ଷ ଟଙ୍କା ।

ଆମେ ଯେଉଁ ସ୍କିମ କଥା କହୁଛୁ ତାର ନାମ ହେଉଛି ଡାକ ଜୀବନ ବୀମା (Postal Life Insurance)। ଆପଣ ଏହି ଯୋଜାନରେ ନିବେଶ କରି ଟଙ୍କାକୁ ଦୁଇଗୁୁଣା କରିପାରିବେ । ଏବଂ ସବୁଠୁ ଖାସ୍‌ କଥା ହେଉଛି ଏହା ସବୁଠାରୁ ପୁରୁଣା ସରକାରୀ ବୀମା ଯୋଜନା । ଆସନ୍ତୁ ଜାଣିବା ଆପଣ ଏଥିରେ କିପରି ଆବେଦନ କରିବେ ।

ଏହି ଯୋଜନାରେ ପଲିସିଧାରକଙ୍କୁ ୫୦ ଲକ୍ଷ ପର୍ଯ୍ୟନ୍ତ ଫାଇଦା ମିଳିଥାଏ । ଏଥିରେ ୧୯ ବର୍ଷରୁ ୫୫ ବର୍ଷ ପର୍ଯ୍ୟନ୍ତ ବୟସର ଲୋକ ନିବେଶ କରିପାରିବେ । ଏଥିରେ ଆପଣଙ୍କୁ ବୋନସ୍‌ ମଧ୍ୟ ମିଳିବ । ଏହାସହିତ ମିନିମମ୍‌ ୨୦,୦୦୦ ଟଙ୍କା ଏବଂ ଅଧିକତମ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ସମ୍‌ ଆସ୍ୟୁର୍ଡର ଫାଇଦା ପାଇପାରିବେ । ଯଦି ଏହି ସ୍କିମ ମଝିରେ ପଲିସିଧାରକଙ୍କ ମୃତ୍ୟୁ ହୋଇଯାଏ ତାହେଲେ ସମସ୍ତ ଟଙ୍କା ନମିନୀଙ୍କୁ ଦେଇଦିଆଯାଏ ।

ଏଥିରେ ଯଦି ବୀମାଧାରତ ୪ ବର୍ଷ ପର୍ଯ୍ୟପ୍ତ ପଲିସି ରଖନ୍ତି ତାହେଲେ ପଲିସିଧାରକଙ୍କୁ ଲୋନ୍‌ ସୁବିଧା ମଧ୍ୟ ଦିଆଯାଏ । ଯଦି ଆପଣ ପଲିସିକୁ ବନ୍ଦ କରିବାକୁ ଚାହାଁନ୍ତି ତାହେଲେ ୩ ବର୍ଷ ପରେ କରିପାରିବେ । ଯଦି ଆପଣ ୫ ବର୍ଷ ପୂର୍ବରୁ ଏହାକୁ ବନ୍ଦ କରିଦିଅନ୍ତି ତାହେଲେ ଆପଣଙ୍କୁ ବୋନସର ଲାଭ ମିଳିବନାହିଁ ।

ଏହି ପଲିସିର ଲାଭ ୮୦ ବର୍ଷ ବୟସରେ ମିଳିଥାଏ । କାହିଁକିନା ଆସ୍ୟୁର୍ଡ ଆମାଉଣ୍ଟ ଇନ୍ସୁରାନ୍ସର ସୁବିଧା ଆପଣଙ୍କୁ ୮୦ ବର୍ଷରେ ମିଳିଥାଏ ।
ଆପଣ ଲାଇଫ୍‌ ଇନସୁରାନ୍ସ ଲିଙ୍କ (https://pli.indiapost.gov.in) କୁ ଯାଇ ଏହି ବିମା ପାଇଁ ଆବେଦନ କରିପାରିବେ । ଯଦି ଏହାରି ଭିତରେ ପଲିସିଧାରକଙ୍କ ମୃତ୍ୟୁ ହୋଇଯାଏ ତାହେଲେ ବୀମାର ସମସ୍ତ ରାଶି ନିମିନୀଙ୍କୁ ଦେଇଦିଆଯିବ ।

Get real time updates directly on you device, subscribe now.