fbpx

ପାନଛେପ ପକାଇଲେ ୫୦୦ ଫାଇନ୍, ଏପ୍ରିଲରୁ କଡାକଡି

ପୁରୀ,୪ ।୩(ଓଡିଶା ଭାସ୍କର): ଏପ୍ରିଲ ପହିଲାରୁ ପୁରୀ ଶ୍ରୀମନ୍ଦିର ହେବ ପ୍ଲାଷ୍ଟିକ୍ ମୁକ୍ତ । ତାଳପତ୍ର ପେଡିରେ ମହାପ୍ରସାଦ ଦେବାକୁ ବ୍ୟବସ୍ଥା ଆରମ୍ଭ ହେବ । ୨୦ ଦିନ ଧରି ଏନେଇ ସଚେତନତା ସୃଷ୍ଟି କରାଯିବ । ଏପ୍ରିଲ ୧ରୁ ଏହି ନିୟମ କଡାକଡି ଭାବେ ଲାଗୁ କରାଯିବ ।

ଏଣିକି ପାନଛେପ ପକାଇଲେ ୫୦୦ ଟଙ୍କା ଆଦାୟ ହେବ ବୋଲି ପୁରୀ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଦୋଳ ପୂର୍ଣ୍ଣିମା ପାଇଁ ନୀତିନିର୍ଘଣ୍ଟ ନେଇ ଆଲୋଚନା ହୋଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ କୁମାର ଆଜି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.