fbpx

୫୦୦ ଟଙ୍କିଆ ନୋଟ୍-ଆଧାର କାର୍ଡ ବ୍ୟାନ୍: ଚିକେନ୍ ଖଇବା ଉପରେ ବି ଲାଗିଲା ରୋକ୍, ଜାଣନ୍ତୁ ସତ୍ୟତା

AAKASH

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ହେବା ପରେ ୫୦୦ ଟଙ୍କିଆ ନୋଟକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ନୋଟ ମଧ୍ୟ ବ୍ୟାନ ହେଉଥିବା ନେଇ ଅନେକ ଆଲୋଚନା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଜାଣିବାକୁ ମିଳିଛି ଯେ, ୫୦୦ ଟଙ୍କିଆ ନୋଟ୍ ସହ ଆହୁରି କିଛି ଜିନିଷ ଉପରେ ବ୍ୟାନ୍ ଲଗାଯାଇଛି । ନୋଟ୍ ବ୍ୟତୀତ ଆଧାର କାର୍ଡ ଏବଂ ଚିକେନ୍ ଖାଇବା ଭାରତରେ ବ୍ୟାନ୍ ହୋଇଥିବା କୁହାଯାଇଛି । ଏହି ଘଟଣା ବର୍ତ୍ତମାନ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଭିଡିଓରେ ଏହିସବୁ ଜିନିଷ ଉପରେ ବ୍ୟାନ ଲାଗିଥିବା ନେଇ ସୂଚନା ପ୍ରକାଶ ପାଇଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦାବି ହୋଇଛି ଯେ, ୫୦୦ ଟଙ୍କିଆ ନୋଟ ସହିତ ଅନ୍ୟ ୪ଟି ଜିନିଷ ଭାରତରେ ବ୍ୟାନ ହୋଇଛି । ଏହି ତାଲିକାରେ ଆଧାର କାର୍ଡ, ଏବଂ ଚିକେନ୍ ଖାଇବା ଉପରେ ମଧ୍ୟ ବ୍ୟାନ ହୋଇଥିବା କୁହାଯାଇଛି । ଜୁଲାଇ ୩୧ ତାରିଖରୁ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଜୁକେସନାଲ ଦୋସ୍ତ ନାମକ ଏକ ୟୁଟ୍ୟୁବ ଆକାଉଣ୍ଟରୁ ଏହି ଭିଡିଓ ଅପଲୋଡ କରାଯାଇଥିବା ବେଳେ ଏହାକୁ ନେଇ ଖୁବ ଆଲୋଚନା କରାଯାଉଛି । ତେବେ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛି ପିଆଇବି ଫ୍ୟାକ୍ଟ ଚେକ୍ । ଭିଡିଓରେ ହୋଇଥିବା ଏ ସମସ୍ତ ଦାବି ଭିତ୍ତିହୀନ ଏବଂ ମିଛ ବୋଲି ସ୍ପଷ୍ଟ କରାଯାଇଛି ।

ଏହିସବୁ ଖବର ହେଉଛି ଭାଇରାଲ:

  • ଆଧାର କାର୍ଡ ସମେତ ଦେଶରେ ୭ଟି ଜିନିଷ ଉପରେ ବ୍ୟାନ
  • ଜୁଲାଇ ୨୬ ତାରିଖରୁ ସମସ୍ତଙ୍କୁ ୧୫,୦୦୦ ଟଙ୍କା ମାଗଣା ପ୍ରଦାନ କରାଯିବ
  • ଦେଶର ୩ଟି କେନ୍ଦ୍ରୀୟ ବ୍ୟାଙ୍କକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି
  • ବ୍ୟାଙ୍କ ଖାତାରେ ୮୫,୦୦୦ ଟଙ୍କା ଲେଖାଏଁ ଜମା କରାଯାଉଛି ଏବଂ ଲୋକଙ୍କୁ ତୁରନ୍ତ ବ୍ୟାଙ୍କ ଖାତାରୁ ଟଭ୍କା ଉଠାଇ ନେବା ପାଇଁ ପରାମର୍ଶ ଦିଆଯାଇଛି

ଜୁଲାଇ ୩୧ ତାରିଖରୁ ୫୦୦ ଟଙ୍କିଆ ନୋଟ୍, ଜିଓ, ଆଧାର କାର୍ଡ ସହିତ ଚିକେନ୍ ଖାଇବା ମଧ୍ୟ ବ୍ୟାନ କରାଯାଇଛି । ତେବେ ଏଭଳି କୌଣସି ମେସେଜ ଦେଖିବା ମାତ୍ରେ ପିଆଇବିକୁ ଇ-ମେଲ୍ କରିବା ଉଚିତ୍ । ଭାରତ ସରକାରଙ୍କ ନୀତି, କାର୍ଯ୍ୟକ୍ରମ ଏବଂ ଉପଲବ୍ଧି ଉପରେ ଖବରକାଗଜ ଏବଂ ଇଲେକ୍ଟ୍ରୋନିକ ମିଡିଆକୁ ସୂଚନା ଦେଉଥିବା ପ୍ରମୁଖ ଏଜେନ୍ସି ହେଉଛି ପିଆଇବି । ତେବେ ଏହି ପିଆଇବି ପକ୍ଷରୁ ଏହି ଦାବିଗୁଡ଼ିକୁ ଗୁଜବ ବୋଲି କୁହାଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ ଏଭଳି କୌଣସି ଘୋଷଣା କରାଯାଇ ନାହିଁ କି ପ୍ରତିବନ୍ଧକ ଲଗା ଯାଇ ନାହିଁ ବୋଲି କହିଛି ପିଆଇବି ।

Get real time updates directly on you device, subscribe now.