fbpx
BSKY
BJD MC SKY
BJD YOUTH SKY

ବିଜେପି ନେତାଙ୍କ ବିବାଦୀୟ ବୟାନ, ଭୋଟରଙ୍କୁ କହିଲେ ଭୋଟ ଦେବାକୁ ବୁଥ୍ ଯାଅନି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡିଥିବା ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତାଙ୍କ ମଧ୍ୟରେ ଯୋଶ ଭରିବାର ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଗୁରୁବାର ରତଲାମରେ କର୍ମକର୍ତ୍ତାଙ୍କ ସମ୍ମିଳନୀ ଆୟୋଜିତ କରାଯାଉଥିଲା । ଏହି ସମୟରେ ବିଜେପି ଉପାଧ୍ୟକ୍ଷ ଆଲୋକ ଶର୍ମା ମୁସଲମାନଙ୍କୁ ନେଇ ବହୁ ବିବାଦୀୟ ମନ୍ତବ୍ୟ ରଖିଥିଲେ । ଶର୍ମା ମୁସଲମାନମାନଙ୍କୁ କହିଥିଲେ, ସେମାନେ ବିଜେପିକୁ ସେମାନଙ୍କ ଭୋଟ ଦେବାକୁ ଚାହୁଁ ନାହାନ୍ତି ତ ନ ଦିଅନ୍ତୁ । କିନ୍ତୁ କେବଳ ଏତିକି କାମ କରିଦିଅନ୍ତୁ କି ଭୋଟ ଦେବାକୁ ବୁଥକୁ ନ ଯାଆନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିବରାଜଙ୍କ ଯୋଜନାରୁ ମୁସଲମାନଙ୍କୁ ମିଳୁଥିବା ଫାଇଦା ବିଷୟରେ କହି ସେ ଏପରି ନିବେଦନ କରିଛନ୍ତି ।

ରତଲାମ ଜିଲ୍ଲା ଜାବରାରେ ବିଜେପି କର୍ମକର୍ତ୍ତାଙ୍କ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ବିଜେପିର ପ୍ରଦେଶ ଉପାଧ୍ୟକ୍ଷ ଆଲୋକ ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଜାବରା ବିଧାୟକ ସହିତ ଜିଲ୍ଲାର ସମସ୍ତ ବରିଷ୍ଟ ପଦାଧିକାରୀଙ୍କ ଉପସ୍ଥିତିରେ ଭାଷଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଶେଷରେ ବିଜେପି ଉପାଧ୍ୟକ୍ଷ ଆଲୋକ ଶର୍ମା କର୍ମୀଙ୍କୁ ସମ୍ବୋନ୍ଧିତ କରିବା ସମୟରେ ବହୁ ବିବାଦୀୟ ଟିପ୍ପଣୀ ରଖିଥଲେ । ସେ କହିଥିଲେ ମୁସଲମାନମାନେ ସ୍ୱୀକାର କରିବା ଉଚିତ ଯେ, ମୋଦୀଜୀ ତାଙ୍କୁ ଘର ଦେଇଛନ୍ତି ଶିବରାଜ ସିଂ ଚୌହାନ ସେମାନଙ୍କ ଲାଗି ହଜ୍ ହାଉସ୍ ତିଆରି କରିଛନ୍ତି ।

ଏହା ସହିତ ସେ କହିଥିଲେ, ମୁଁ ମୁସଲିମ ଭାଇଙ୍କୁ ନିବେଦନ କରୁଛି କି ସେମାନେ ଭୋଟ୍ ନ ଦିଅନ୍ତୁ କିନ୍ତୁ ହୃଦୟର ସହ ସ୍ୱୀକାର କରନ୍ତୁ ଯେ, ଯେଉଁ ଘରେ ସେ ରହୁଛନ୍ତି ତାହା ସେମାନଙ୍କୁ ପ୍ରଧାନମନ୍ତ୍ରୀ ଯୋଜନାରେ ମିଳିଛି ବୋଲି । ଏହାପରେ ସେ କହିଥିଲେ ପ୍ରତିବଦଳରେ ମୋ ଭାଇମାନେ କେବଳ ଏତିକି ତ କରିପାରିବେ । ଆମକୁ ଭୋଟ ନ ଦିଅ ପଛେ କିନ୍ତୁ ଆଉ କାହାକୁ ଭୋଟ ଦେବାକୁ ବୁଥ ବି ଯାଅନି । ଏହାଦ୍ୱାରା ତୁମ କଥା ରହିବ ଆମ କାମ ବି ହୋଇଯିବ ।

Get real time updates directly on you device, subscribe now.