fbpx

CEO, ଓଡ଼ିଶା ଜାରି କଲେ ନିର୍ଦ୍ଦେଶନାମା: ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ମିଳିବ ମହଙ୍ଗା ଭତ୍ତା ଓ ଗସ୍ତ ଖର୍ଚ୍ଚ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏବେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଜୁନ ୧ରେ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ୪ରେ ରେଜଲ୍ଟ ପ୍ରକାଶ ପାଇବ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଟିକେଟ କଟିବା ପରେ ଅନ୍ୟ ଦଳରେ ସାମିଲ ହୋଇଥିବା ନେତା ଓ ସ୍ୱାଧୀନ ଭାବେ ଲଢ଼ୁଥିବା ନେତାମାନେ ପ୍ରମୁଖ ଦଳମାନଙ୍କର ଚିନ୍ତା ବଢ଼ାଇଛନ୍ତି ।

ତେବେ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ମହଙ୍ଗା ଭତ୍ତା (ଡିଏ)- ଗସ୍ତ ଖର୍ଚ୍ଚ (ଟିଏ) ପାଇବେ । ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ପରିଚାଳନାରେ ନିୟୋଜିତ ଥିବା ସରକାରୀ କର୍ମଚାରୀମାନେ ସେମାନଙ୍କର କାର୍ଯ୍ୟାଳୟର ମୁଖ୍ୟଙ୍କ ଠାରୁ ଟିଏ/ ଡିଏ ପାଇବେ । ଯେହେତୁ ସରକାରୀ କର୍ମଚାରୀମାନଙ୍କର ପେ-ସ୍କେଲର ସବିଶେଷ ତଥ୍ୟ ସେମାନେ କାର୍ଯ୍ୟରତ କାର୍ଯ୍ୟଳୟ ମୁଖ୍ୟଙ୍କ ଠାରେ ଉପଲବ୍ଧ ରହିଛି, ସେଥିପାଇଁ ସେମାନେ ଉକ୍ତ ପ୍ରାପ୍ୟ ଅର୍ଥ ବିଭାଗ ଟିଏ / ଡିଏ ସର୍କୁଲାର ଅନୁସାରେ ଅଫିସର ମୁଖ୍ୟଙ୍କ ଠାରୁ ପ୍ରାପ୍ତ ହେବେ । ଏ ସଂକ୍ରାନ୍ତରେ ଅର୍ଥ ବିଭାଗର ସହମତି କ୍ରମେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ଓଡ଼ିଶାଙ୍କ ଦ୍ୱାରା ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

Get real time updates directly on you device, subscribe now.