fbpx

ନେଉଳ ଦେଖି ଡରି ପଳାଲେ ସିଂହ ପଲ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

AAKASH

ଓଡ଼ିଶା ଭାସ୍କର: ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଏକ ନେଉଳ ସିଂହ ମାନଙ୍କୁ ଗୋଡାଉଥିବା ଦେଖିବାକୁ ମିଳୁଛି । ଏହାକୁ ଦେଖିବା ପରେ ୟୁଜର୍ସ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । କହୁଛନ୍ତି ଯେ ଗୋଟାଏ ନେଉଳ ଏତେ ଗୁଡ଼ାଏ ସିଂହଙ୍କୁ କିପରି ସାମ୍ନା କରିପାରିଲା । ଦିନକୁ ଦିନ ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସମାନେ ମଜା ନେଉଛନ୍ତି ।

ପୂର୍ବରୁ ମଧ୍ୟ ଏପରି ଅନେକ ଭିଡିଓ ଭାଇଲ ହୋଇଛି । ହେଲେ ଏଥର କିନ୍ତୁ ଭିନ୍ନ, ଯାହାକୁ ନେଇ ଦର୍ଶକଙ୍କ ମନରେ କୋଉଠି ନା କୋଉଠି ଏକ ଭିନ୍ନ ଧାରଣା ସୃଷ୍ଟି କରିଛି । ଓଡ଼ିଆରେ ଗୋଟେ କଥା ଅଛି ବାଘକୁ ଫାଗର ବି ଡର ଥାଏ । ଯାହାର ପ୍ରମାଣ ଏହି ଭିଡିଓରେ ଦେଖି ପାରିବେ । ବେଳେ ବେଳେ ସାମ୍ନା ବାଲା ଯେତେବି ବଳବାନ ହେଉନା କାହିଁକି ତାର ଦୁର୍ବଳତାକୁ ପ୍ରଥମେ ଜାଣିବା ଦରକାର ତେବେ ଯାଇ ତାକୁ ପରାସ୍ତ କରିହେବ ବା ତାର ସାମ୍ନା କରିହେବ ।

Get real time updates directly on you device, subscribe now.