fbpx

ଏହି ଦେଶରେ ଛଡାଯାଇଛି ଲ୍ୟାବରେ ତିଆରି ହୋଇଥିବା ଲକ୍ଷ ଲକ୍ଷ ମଶା, ଜାଣନ୍ତୁ ଏହା ପଛର କାରଣ

AAKASH

ନୂଆଦିଲ୍ଲୀ: ଆଫ୍ରିକାର ବିଭିନ୍ନ ଦେଶ ମଶା ଓ ମଶାଙ୍କୁ ନେଇ ହେଉଥିବା ରୋଗକୁ ନେଇ ପୁରା ସମସ୍ୟାରେ ଅଛନ୍ତି । ଏବେ ସେମାନେ ମଶାଙ୍କ ଠାରୁ ମୁକ୍ତି ପାଇବା ପାଇଁ ଏକ ଭିନ୍ନ ଉପାୟ ଖୋଜି ବାହାର କରିଛନ୍ତି । ପୂର୍ବ ଆଫ୍ରିକା ଦେଶ ଜିବୁତିରେ ଲ୍ୟାବରେ ସୃଷ୍ଟି କରାଯାଇଥିବା ଲକ୍ଷ ଲକ୍ଷ ମଶା ଛଡାଯାଇଛି । ଲକ୍ଷ୍ୟ ଜଙ୍ଗଲୀ ମାଈ ମଶାଙ୍କୁ ନିପାତ କରିବା ଯେଉଁମାନେ ଡେଙ୍ଗୁ ମ୍ୟାଲେରିଆ ରୋଗ ପ୍ରସାର କରୁଛନ୍ତି ।

ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଏହି ମଶାଙ୍କୁ ବ୍ରିଟେନର କମ୍ପାନୀ ଅକ୍ସିଟେକ୍ ସୃଷ୍ଟି କରିଛି । ଏମାନଙ୍କୁ ଜେନେଟିକାଲି ମଡିଫାଏ କରାଯାଇଛି । ଏମାନେ ମଣିଷଙ୍କୁ କାମୁଡିଥାନ୍ତି ନା କୌଣସି ରୋଗ ପ୍ରସାର କରିଥାନ୍ତି । ଅପରପକ୍ଷରେ ଏମାନେ ମଣିଷକୁ କାମୁଡୁଥିବା ଜଙ୍ଗଲୀ ମାଈ ମଶାଙ୍କୁ ନିପାତ କରିଥାନ୍ତି ।

ଅକ୍ସିଟେକ୍ କହିଛି ଲ୍ୟାବରେ ସୃଷ୍ଟି ହୋଇଥିବା ଏହି ମଶା ଜଙ୍ଗଲୀ ମାଈ ମଶା ସହ ପ୍ରଜନନ ଲାଗି ଚେଷ୍ଟା କରିଥାଏ । ଏହା ମଧ୍ୟରେ ଏକ ଖାସ୍ ପ୍ରକାରର ଜିନ୍ ରହିଛି ଯାହା ମାଈ ମଶାକୁ ପ୍ରଜନନ ବୟସ ପର୍ଯ୍ୟନ୍ତ ପହଞ୍ଚିବାକୁ ଅଟକାଇ ଥାଏ । ପ୍ରଜନନ ସମୟରେ ବହୁ ମାଇ ମଶାଙ୍କ ଜୀବନ ଚାଲିଯାଏ । ସବୁଠାରୁ ବଡ କଥା ହେଉଛି ଲ୍ୟାବରେ ସୃଷ୍ଟି ହୋଇଥିବା ମଶା ଓ ଜଙ୍ଗଲୀ ମାଈ ମଶାଙ୍କ ପ୍ରଜନନରେ କେବଳ ପୁରୁଷ ମଶା ହିଁ ସୃଷ୍ଟି ହୋଇଥାନ୍ତି ଯାହା ମଣିଷଙ୍କୁ କାଟନ୍ତି ନାହିଁ ଓ ଏମାନଙ୍କ ଠାରୁ କୌଣସି ବିପଦ ବି ନାହିଁ ।
ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଅନୁଯାୟୀ ବର୍ଷ ୨୦୧୯ରେ ବିଶ୍ୱର ବିଭିନ୍ନ ଦେଶରେ ମଶା ବଂଶ ନିୟନ୍ତ୍ରଣ କରିବା ପାଇଁ ଜେନେଟିକାଲି ମଡିଫାଏଡ୍ ମଶାଙ୍କ ସାହାରା ନିଆଯାଉଛି । ଭାରତ ମଧ୍ୟ ଏହା ଆପଣାଇଛି ଓ ବହୁ ମାତ୍ରାରେ ସଫଳତା ପାଇଛି ।

Get real time updates directly on you device, subscribe now.