fbpx

ବିଶ୍ୱକପ ପୂର୍ବରୁ ଅଧିନାୟକ ହାର୍ଦ୍ଦିକ ନେଲେ ବଡ଼ ନିଷ୍ପତ୍ତି: ଦଳରୁ ସ୍ଥାନ ହରାଇଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ବର୍ତ୍ତମାନ ପ୍ରସ୍ତୁତ ହେଉଛି ସାରା ବିଶ୍ୱ କ୍ରିକେଟ । ବିଶ୍ୱକପ ଜିତି ଚମ୍ପିଆନ ହେବା ଆଶାରେ ଚାଲିଛି ଅଙ୍କକଷା । କିନ୍ତୁ ଏହା ଭିତରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ଼ ଘୋଷଣା କରିଛନ୍ତି । ନିଜ ଦଳର କିଛି ଷ୍ଟାର ଖେଳାଳିଙ୍କୁ ବିଦାୟ ଦେଇଛନ୍ତି କ୍ୟାପଟେନ । ଏହି ନିଷ୍ପତ୍ତିକୁ ନେଇ ଅନେକ କ୍ରିକେଟ ପ୍ରଶଂସକ ସମାଲୋଚନା କରୁଥିବା ମଧ୍ୟ ଦେଖାଯାଇଛି । ମୋଟ ୫ ଜଣ ଖେଳାଳିଙ୍କୁ ହାର୍ଦ୍ଦିକ ଦଳରୁ ବାଦ୍ ଦେଇଛନ୍ତି । ଯେଉଁ ତାଲିକାରେ ଜଣେ ସିନିୟର ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି ।

ସୂଚନା ଅନୁସାରେ, କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଟିମ ମ୍ୟାନେଜମେଣ୍ଟ ଆଇପିଏଲ-୨୦୨୪ ପାଇଁ ଏକ ପ୍ଲାନ ଆରମ୍ଭ କରିଛି । ଏହି ପ୍ଲାନରେ ୫ ଜଣ ଖେଳାଳିଙ୍କୁ ଦଳରୁ ବାଦ୍ ଦେଇଛି ଗୁଜୁରାଟ ଟାଇଟନ୍ସ । ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନଙ୍କୁ ଦଳରୁ ବାଦ୍ ଦେଇଛି ହାର୍ଦ୍ଦିକ ସେନା । ଆଇପିଏଲ-୨୦୨୩ରେ ଦଳରେ ସାମିଲ ହୋଇଥିବା ବେଳେ ପ୍ରଥମ ମ୍ୟାଚରୁ ହିଁ ସେ ଆହତ ହୋଇ ଦଳରୁ ବାଦ୍ ପଡ଼ିଥିଲେ । ଏହାପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ମଧ୍ୟ ଦୂରେଇ ରହିଛନ୍ତି । ଆହତ ସମସ୍ୟାରୁ ବାହାରି ପାରି ନଥିବାରୁ ତାଙ୍କର ବିଶ୍ୱକପ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି । କିନ୍ତୁ ଏହା ମଧ୍ୟରେ ଗୁଜୁରାଟ ଟାଇଟନ୍ସ ଆଇପିଏଲ-୨୦୨୪ ପାଇଁ ତାଙ୍କୁ ରିଲିଜ କରି ଦେଇଛି । ତେବେ ୱିଲିୟମସନଙ୍କ ବ୍ୟତୀତ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା, ୱେଷ୍ଟଇଣ୍ଡିଜର ଓଡିୟନ ସ୍ମିଥ. ୟଶ ଦୟାଲ ଏବଂ ୱିକେଟ କିପର କେ.ଏସ ଭରତଙ୍କୁ ଦଳ ରିଲିଜ କରିଛି ।

ଗୁଜୁରାଟ ଟାଟନ୍ସ ଆଇପିଏଲ ଇତିହାସର ଏକ ସର୍ବଶ୍ରେଷ୍ଠ ଦଳ ଭିତରୁ ଗୋଟିଏ । ପ୍ରତ୍ୟେକ କ୍ଷେତ୍ରରେ ଦଳର ସଦସ୍ୟ ନିଜ ଭୂମିକା ଖୁବ ଭଲ ଭାବରେ ତୁଲାଇ ଚାଲିଛନ୍ତି । ଫଳରେ ପ୍ରଥମ ବର୍ଷରେ ଚମ୍ପିଆନ ହୋଇଥିବା ଗୁଜୁରାଟ ଦ୍ୱିତୀୟ ବର୍ଷରେ ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲା । ତେବେ ଆଇପିଏଲ-୨୦୨୪ରେ ଚେନ୍ନାଇ ସୁପର କିଙ୍ଗସ ଶେଷ ବଲରେ ମ୍ୟାଚ ଜିତି ଚମ୍ପିଆନ ପାଲଟିଛି ।

Get real time updates directly on you device, subscribe now.