fbpx
BSKY
BJD YOUTH SKY
BJD MS SKY

ଦେଶରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଉଦ୍ୟୋଗ, ବର୍ତ୍ତମାନ ସୁଦ୍ଧା ୧.୮୫ ଲକ୍ଷ କମ୍ପାନୀ ପଞ୍ଜିକୃତ

ନୂଆଦିଲ୍ଲୀ: ଦେଶରେ ଉଦ୍ୟୋଗ, ଶିଳ୍ପସ୍ତର ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଉଦ୍ୟୋଗୀ ଏବଂ କମ୍ପାନୀଗୁଡ଼ିକ ସଫଳତା ହାସଲ କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ଏକ ବିଜ୍ଞପ୍ତିରୁ ପ୍ରକାଶ ପାଇଛି ।

୨୦୨୨-୨୩ ବର୍ଷ ଅପେକ୍ଷା ୨୦୨୩-୨୪ ଆର୍ଥିକ ବର୍ଷରେ ଅଧିକ କମ୍ପାନୀ ପଞ୍ଜିକୃତ ହୋଇଛି । ଏଥିରେ ବୃଦ୍ଧି ହୋଇ ୧.୮୫ ଲକ୍ଷ ଛୁଇଁଛି ବୋଲି କୁହାଯାଇଛି । ଚଳିତ ବର୍ଷ ମାର୍ଚ୍ଚରେ କେବଳ ୧୬ ହଜାର ୬୦୦ ନୂଆ କମ୍ପାନୀ ପଞ୍ଜିକୃତ କରାଯାଇଛି । ପୂର୍ବ ଆର୍ଥିକ ବର୍ଷରେ ୧ ଲକ୍ଷ ୫୯ ହଜାର ୫୨୪ଟି କମ୍ପାନୀ ପଞ୍ଜିକୃତ ହୋଇଥିବା ବେଳେ ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ନୂଆ ରେଜିଷ୍ଟ୍ରେସନ ୧ ଲକ୍ଷ ୮୫ ହଜାର ୩୧୨ ରହିଛି । ଏଥି ମଧ୍ୟରୁ ୬୪ ପ୍ରତିଶତ ଭାବରେ ଭାରତରେ ମୋଟ ୧୬ ଲକ୍ଷ ୯୧ ହଜାର ୪୯୫ଟି କମ୍ପାନୀ ସକ୍ରିୟ ଭାବରେ ଚାଲୁ ରହିଛି ବୋଲିି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମୋଟ୍ କମ୍ପାନୀ ଭିତରୁ ସର୍ବାଧିକ ୭୧ ପ୍ରତିଶତ ସେବା କ୍ଷେତ୍ର ସହ ଜଡିତ ଥିବା ବେଳେ ୨୩ ପ୍ରତିଶତ ଶିଳ୍ପ ଏବଂ ୬ ପ୍ରତିଶତ କୃଷି କ୍ଷେତ୍ର ସହ ଜଡିତ ରହିଛନ୍ତି । ସେହିପରି ଗତ ମାର୍ଚ୍ଚ ଭିତରେ ପଞ୍ଜିକରଣ ବିଦେଶୀ କମ୍ପାନୀ ସଂଖ୍ୟା ୩୨୮୮ ରହିଛି ବୋଲି କୁହାଯାଇଛି ।

Get real time updates directly on you device, subscribe now.